ବଲାଣିରେ କର ସେବକଙ୍କୁ ସମ୍ବର୍ଦ୍ଧନା

ବଲାଣି – ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଓ ସେଠାରେ ତାଙ୍କୁ ପୂଜାର୍ଚ୍ଚନା କରିବାର ପାଂଚ ଶତାବ୍ଦୀ ଧରି ଚାଲିଥିବା ସଂଘର୍ଷର ପରିସମାପ୍ତି ଘଟିଛି । ଶ୍ରୀ ରାମଙ୍କ ଜନ୍ମ ଭୂମିରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ୨୨ ଜାନୁୟାରୀ ୨୦୨୪ ରେ ପ୍ରତିଷ୍ଠା ହୋଇ ପାରିଛି । ଏହି ପୁଣ୍ୟତିଥିକୁ ସମଗ୍ର ଭାରତବର୍ଷ ତଥା ବିଶ୍ୱରେ ରହିଥିବା ରାମ ଭକ୍ତ ଏକ ଉତ୍ସବ ଭାବରେ ଗ୍ରହଣ କରି ଅତି ଆନନ୍ଦ ଓ ଉତ୍ସାହର ସହିତ ପାଳନ କରିଛନ୍ତି । ଅଯୋଧ୍ୟା ରେ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ କରିବାରେ ସଂଘର୍ଷ କରିଥିବା କର ସେବକଙ୍କ ନିମନ୍ତେ ଏହା ନିଶ୍ଚିତ ଭାବରେ ଏକ ବିଜୟର ଦିବସ । ଏହି ଉତ୍ସବକୁ ଉପାନ୍ତ ଖଣି ଅଂଚଳରେ ରାଜନୈତିକ ଉର୍ଦ୍ଧ୍ୱ ରେ ରହି ଅଂଚଳବାସୀ ପାଳନ କରିଥିବା ବେଳେ ବଲାଣି ଅଂଚଳରୁ ଏକ ମାତ୍ର କର ସେବକ ଭାବେ ଅଯୋଧ୍ୟା ଯାଇ ଏହି ସଂଘର୍ଷ ରେ ସାମିଲ ହୋଇଥିବା ତରୁଣ ବଳଦେବ ନାଗଙ୍କୁ ଭାରତୀୟ ଜନତା ପାର୍ଟି, ବଲାଣି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରତୀୟ ଜନତା ପାର୍ଟି ର ସ୍ଥାନୀୟ କାର୍ଯ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମରେ କାର ସେବକ ଶ୍ରୀ ନାଗଙ୍କୁ ଉପଢୌକନ ପ୍ରଦାନ କରି ଦଳୀୟ କର୍ମୀ ସମ୍ମାନିତ କରିଥିଲେ । ଏହି ଅବସରରେ ଶ୍ରୀ ନାଗ ୧୯୯୨ ରେ ଶ୍ରୀ ରାମ ମନ୍ଦିର ନିମନ୍ତେ ହୋଇଥିବା ସଂଘର୍ଷ ଓ ପରେ କିପରି ଜେଲ ଯାଇଥିଲେ ସେ ନେଇ ନିଜର ସ୍ମୃତି ଚାରଣ କରିଥିଲେ । ।

May be an image of 1 person and temple

B

Leave a Reply