Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ନୂଆପଡା ଜିଲ୍ଲା ଉତ୍ସବମୁଖର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ନୂଆପଡା ଜିଲ୍ଲା ଉତ୍ସବମୁଖର

ନୂଆପଡ଼ା: ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ସ୍ଥାନୀୟ ରାମ ମନ୍ଦିରରେ ପ୍ରାତଃକାଳରୁ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା, ହୋମ ଯଜ୍ଞ ଓ ପବିତ୍ର ମନ୍ତ୍ର ଉଚ୍ଚାରଣ, ଭଜନ, କୀର୍ତ୍ତନ ସାଙ୍ଗକୁ ରାମଲୀଳାରେ ଭକ୍ତି ପୂର୍ଣ ହୋଇଥିଲା ସମଗ୍ର ସହର । ପ୍ରଭୁ ଶ୍ରୀରାମଙ୍କ ସ୍ୱରୂପ ଘର ଆଗରେ ପୂର୍ଣ୍ଣ କଳସ ମୁରୁଜ ଓ ରଙ୍ଗୋଲିରେ ଶ୍ରୀରାମଙ୍କୁ ଆବାହନ କ୍ରମେ ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ରାମଲାଲାଙ୍କ ସ୍ୱାଗତ ପାଇଁ ହୋଇଥିଲା ଭବ୍ୟ ଆୟୋଜନ । ସ୍ଥାନୀୟ ରାମ ମନ୍ଦିର ପରିସରରେ ଏଲ୍‌ଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ସିଧା ପ୍ରସାରଣକୁ ବେଶ୍ ଉତ୍କଣ୍ଠାର ସହ ଅନାଇ ବସିଥିଲେ ଭକ୍ତ । ଅଯୋଧ୍ୟାରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ରାମପ୍ରେମରେ ଲୀନ ହୋଇଥିଲା ଖରିଆର ରୋଡ ସହର । ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ସମୟରେ ବନକା ଛକ ଠାରୁ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ଏହି ଶୋଭା ଯାତ୍ରାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ନରରପାଳ ଡ଼. ସୋନିୟା ଜୈନ, ଡିଆରସିୟୁ ମେମ୍ବର ଗୋଲଡି ଅଗ୍ରୱାଲ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଲାସନ ରଥ ଏବଂ କାଉନସିଲର ପ୍ରମୁଖ ଓ ସହରବାସୀ ତଥା ଭିବିନ୍ନ ସଙ୍ଗଠନର ସଦସ୍ୟ ମାନେ ଏହି ଶୋଭା ଯାତ୍ରା ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରା ନଗର ପରିଭ୍ରମଣ କରିଥିଲାବେଳେ ହନୁମାନଙ୍କ ବେଶରେ ପଟୁଆର ବେଶ ଲୋକଙ୍କ ଆକର୍ଷଣୀ ହୋଇଥିଲାବେଳେ ଲୋକଙ୍କ ଭିଡରେ ହୁମାନଙ୍କ ସହ ସେଲ୍ଫି ନେଉଥିବାର ଦେଖିବାକୁ ମିଳିଥିଲା । ଦୋକାନ ସାମନରେ ଚା,ନାସ୍ତାର ବ୍ୟବସ୍ଥା କରାଯାଇଥିଲାବେଳେ ଅନେକ ଜାଗାରେ ସେଲ୍ଫି ପୋଏଁଟ କରାଯାଇଥିଲା ଦର୍ଶକମାନେ ନିଜ ନିଜ ମୋବାଇଲ ଫୋଟୋ ଉତ୍ତୋଳନ କରିବାର ଦେଖିବାକୁ ମିଳିଥିଲା । ରାତ୍ର ସମୟରେ ରାମ ମନ୍ଦିରରେ ଭିବିନ୍ନ ଭକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ନୃତ୍ୟ ପରିବେଷଣ ଭକ୍ତି ଭାବରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ଏବଂ ଭଣ୍ଡକ୍ଷରାର ମଧ୍ୟ ହୋଇଥିଲା ଏଥିରେ ସହ ସହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ସେହିପରି ନୂଆପଡାରେ ମଧ୍ୟ ଶ୍ରୀ ରାମଲାଲାଙ୍କ ଉତ୍ସବ ବଡ ଧୁମ ଧାମରେ ପାଳନ କରାଯାଇଛି । ସ୍ଥାନୀୟ ଶିଶୁ ମନ୍ଦିରରର କୁନି କୁନି ଛାତ୍ର ଛାତ୍ରୀମାନେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ଲକ୍ଷ୍ମଣ ଓ ମାତା ସୀତା ଏବଂ ହନୁମାନଙ୍କ ବେଶରେ ସ୍ଥାନୀୟ ରାମ ମନ୍ଦିର ଠାରୁ ଏକ ସୁସଜ୍ଜିତ ରଥରେ ଆରୋହଣ ହୋଇ ସହର ପରିକ୍ରମା କରିଥିଲେ । ସହର ଉତ୍ସବ ମୁଖର ହେଉଥିବାବେଳେ ଜୟ ଶ୍ରୀରାମ ଧ୍ୱନିରେ ଗାଁ ଠୁ ସହର ପ୍ରକଳ୍ପିତ ହୋଇ ପଡିଥିଲା । ଏପରିକି ଶ୍ରୀ ରାମ ମନ୍ଦିର ଛଡା ବଦରି ଧାମ ସୋସାଇଟି, ମାରୁତି ନଗର, ଏରିଗେସନ କଲୋନୀ, ତେଲିପଡ଼ା ଛକ, ସିରତୋଲ ଭଳି ସହରର ପ୍ରମୁଖ ସ୍ଥାନ ଓ ମନ୍ଦିରମାନଙ୍କରେ ଅନ୍ନ ଛତ୍ରର ଆୟୋଜନ ହୋଇଥିଲା । ସେଥିରେ ବହୁ ସଂଖ୍ୟାରେ ଭକ୍ତମାନେ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ସହିତ ଅନ୍ନ ଛତ୍ରରୁ ପ୍ରସାଦ ସେବନ କରିଥିଲେ । ଭକ୍ତଙ୍କ ଭିଡରେ ସହର ଉତ୍ସବମୁଖର ହୋଇ ପଡିଥିଲା ।

May be an image of 5 people and temple

Leave a Reply