Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଜନସମୁଦ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଜନସମୁଦ୍ର

ଅଯୋଧ୍ୟା: ରାମଲାଲାଙ୍କ ଝଲକ ପାଇଁ ଅଯୋଧ୍ୟା ଜନସମୁଦ । ମଙ୍ଗଳବାର ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସ୍ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କଷ୍ଟ କରିବାକୁ ପଡ଼ିଥିଲା । ତଥାପି ସ୍ଥିତି ନିୟନ୍ତ୍ରଣ ହୋଇପାରିନଥିଲା । ଏମିତିରେ କମିଶନର, ଆଇଜି ଏବଂ ଏଡିଜି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଥିଲେ । ପ୍ରବଳ ଭିଡ଼କୁ ଦେଖି ଅନ୍ୟ ଜିଲ୍ଲାରୁ ମଧ୍ୟ ଅଯୋଧ୍ୟା ଯାଆସ କରୁଥିବା ସବୁ ଗାଡ଼ିକୁ ଅଟକାଯାଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ମନ୍ଦିର ଖୋଲିବା ମାତ୍ରେ ଲୋକମାନେ ଭିତରକୁ ଯିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲେ । ସାଢ଼େ ୧୧ଟା ବେଳକୁ ଭିଡ଼ ଅତ୍ୟଧିକ ବଢ଼ି ଯାଇଥିଲା । ଦିନ ୨ଟା ବେଳକୁ ରାମପଥରେ ଭକ୍ତ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ । ସମସ୍ତେ ଯଥାଶୀଘ୍ର ଦର୍ଶନ କରିବାକୁ ଚାହୁଥିଲେ । ଆଉ ସେତେବେଳେକୁ ଭିଡ଼କୁ ସମ୍ଭାଳିବା ପୋଲିସ୍ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଦେଖୁ ଦେଖୁ ନିୟନ୍ତ୍ରଣ ହୋଇଯାଇଥିଲା ଭିଡ଼ । ତେବେ ଘଟଣାକୁ ନେଇ ମଣ୍ଡଳାୟୁକ୍ତ, ଆଇଜି, ଡିଆଇଜି ପହଞ୍ଚି ସ୍ଥିତି ପରଖିଥିଲେ । ଜନ୍ମଭୂମି ପଥରେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରଦ୍ଧାଳୁଙ୍କୁ ଲାଉଡସ୍ପିକର ଦ୍ୱାରା ଧୈର୍ଯ୍ୟ ରଖିବାକୁ ଅପିଲ୍ କରିଥିଲେ ଏଡିଜି । ତେବେ ଅଧିକାରୀଙ୍କ ସ୍ଥିତି ନିୟନ୍ତ୍ରଣ କରିବା ପରେ ମୁଖ୍ୟ ପ୍ରବେଶ ଦ୍ୱାରାରୁ ଧାଡ଼ିରେ ଜଣ ଜଣ କରି ଭିଡ଼ ଭକ୍ତଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉଥିଲା । ଅବଶ୍ୟ କିଛି ସମୟ ପରେ ପୁଣି ଭିଡ଼ ବେକାବୁ ହୋଇଛି ।

May be an image of 2 people and temple

Leave a Reply