ଶ୍ରୀରାମ ସେବା ସମିତି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା

ଟିଟିଲାଗଡ଼: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଟିଟିଲାଗଡ଼ରେ ସକାଳୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ଏବଂ ଶ୍ରୀରାମ ସେବା ସମିତି ପକ୍ଷରୁ ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଛାତ୍ରଛାତ୍ରୀ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶରେ ରଥାରୁଢ଼ ହୋଇ ନଗର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା ସାମିଲ ସହ ରାମଧୁନରେ ନୃତ୍ୟ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଶୋଭାଯାତ୍ରା ସ୍ଥାନୀୟ ବାଳକ ହାଇସ୍କୁଲ ପଡିଆରେ ସମ୍ମିଳିତ ହେବା ସହ ସେଠାରେ ଦୀପ ପ୍ରଜ୍ଜ୍ୱଳନ ସହ ରାମ ଲୀଳା, ସୁଦୃଶ୍ୟ ଆତସବାଜି ଆୟୋଜନ ମନ୍ତ୍ରମୁଗ୍ଧ କରିଥିଲା । ଶୋଭାଯାତ୍ରାରେ ପ୍ରଭାବତୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ଡ଼ଃ ସୁନନ୍ଦା ଜତି, ମ୍ୟାନେଜି ଟ୍ରଷ୍ଟି ଶ୍ୟାମଲଟା ଅଗ୍ରୱାଲ, ଉପସଭାପଟୁ ଆନନ୍ଦ ଜୈନ, ଆଡମିନ ଡାଇରେକ୍ଟର ଧରିତ୍ରୀ ମହନ୍ତି, ପିଆରଓ ପ୍ରମୋଦ ପାଳ, ସଦସ୍ୟ ମନୋଜ ହାତୀ, ପ୍ରମୋଦ ସାହୁ, ସ୍ନିଗ୍ଧା ମହାନ୍ତି, ବି ଯାଦବ, ପ୍ରଶାନ୍ତ ପଟ୍ଟନାୟକ, ସୁଶୀଲ ମଲ୍ଲିକ, ଚିତ୍ତରଞ୍ଜନ ଚାନ୍ଦ, ପିତାମ୍ବର ର ଶର୍ମା, ଅନୁ ଚୌଦୂରୀ, ଧବଳେଶ୍ୱର ଦଳବେହେରା, ସୂଚିତା ମିଶ୍ର ବନମାଳୀ ପଣ୍ଡା, ମୁକେଶ ମଲ୍ଲିକ, ସିଏ ଦିପେଶ ଜୈନ ପ୍ରମୁଖ ସାମିଲ ହୋଇଥିଲେ । ଶ୍ରୀରାମ ସେବା ସମିତି ପକ୍ଷରୁ କୈଳାସ ସୋନି (ରୋହିତ ) ସୋନୁପ ଅଗ୍ରୱାଲ, ଅମିତ କମାନୀ, ମନୋଜ ଜୈନ, ଯୋଗେଶ ଜୈନ,ମିଣ୍ଟୁ ଶର୍ମା, ଦୀପକ ଜୈନ, ନିରଞ୍ଜନ ଶର୍ମା, ଆଶିଷ ଶର୍ମା, ଶଙ୍କର ସିଂ, ଅଶୋକ ସାହୁ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ । ସ୍ଥାନୀୟ ରୋଟାରି କ୍ଲବର ସଦସ୍ୟ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

May be an image of 5 people and temple

Leave a Reply

Your email address will not be published. Required fields are marked *