Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋଷାଗୁମୁଡାରେ ଅନ୍ନ ଯଜ୍ଞରେ ଭାଗନେଲେ ହଜାର ହଜାର ଭକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋଷାଗୁମୁଡାରେ ଅନ୍ନ ଯଜ୍ଞରେ ଭାଗନେଲେ ହଜାର ହଜାର ଭକ୍ତ

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକ ସଦର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜୟ ଶ୍ରୀ ରାମ ସଙ୍ଗ ତରଫରୁ ବହୁ ଆଡମ୍ବରରେ ପୁରୁଷୋତ୍ତମ ଶ୍ରୀରାମଙ୍କ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଯଜ୍ଞ, ପୂଜାର୍ଚ୍ଚନା, ଅର୍ଣ୍ଣପ୍ରସନ୍ନ ସହ ନଗର ପରିକ୍ରମା ବହୁଆଡମ୍ବର ସହକାରେ ପାଳନ ହୋଇଯାଇଛି ।

ସେଭଳି କୋଷାଗୁମୁଡ଼ା ସଦର ସ୍ଥିତ ଶ୍ରୀ ଶ୍ରୀ ବିଦ୍ୟା ମନ୍ଦିରର ପରିଚାଳକ ମନୋଜ ଚୌଧୁରୀଙ୍କ ଆୟୋଜନରେ ବିଦ୍ୟାଳୟର କୁନି କୁନି ପିଲାମାନେ ଶ୍ରୀରାମ, ସୀତା ମାତା, ଲକ୍ଷ୍ମଣ ଏବଂ ହନୁମାନ ବେଶରେ କୋଷାଗୁମୁଡ଼ା ନଗର ପରିକ୍ରମା କରିଥିଲେ । ବିଗତ ଡିସେମ୍ବର ମାସ ଆଯୋଧ୍ୟାରୁ ଆସିଥିବା ଅକ୍ଷୟ ଚାଉଳ ଓ ପ୍ରଭୁଙ୍କ ଫୋଟ ଚିତ୍ର ଓ ନିମନ୍ତ୍ରଣ ପତ୍ର କୋଷାଗୁମୁଡ଼ା ବ୍ଳକର ୨୬ଗୋଟି ପଞ୍ଚାୟତ ରେ ଘରେ ଘରେ ପହଞ୍ଚାଇବା ସହ ଆଜି ଭୋର ସକାଳରୁ ଆରମ୍ଭ କରିଥିବା ଆଜିର ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟାରୁ ସିଧାସଳଖ ଲାଇଭ ସୋ ଟେଲିଭିଜନ ମାଧ୍ୟମରେ ଜନସାଧାରଣ ଦେଖିବା ପାଇଁ ପରିବେଷଣ କରାଯାଇଥିଲା । ୪ହଜାର ଲୋକଙ୍କ ପାଇଁ ଅନ୍ନପ୍ରସନ ଓ ସନ୍ଧ୍ୟାରେ ଭୋଜନ ପରିବେଷଣ ସୁଦୂର କୋରାପୁଟ ଜିଲ୍ଲାର ଜୟପୁର, କୋଟପାଡ଼ ଏବଂ ସ୍ଥାନୀୟ କଳାକାରଙ୍କୁ ନେଇ ଏକ ଆୟୋଜନ କରିଥିଲେ । କୋଷାଗୁମୁଡ଼ା ସଦରର ଯୁବକମାନଙ୍କ ପ୍ରଚେଷ୍ଟାରେ ଜୟ ଶ୍ରୀରାମ ସଙ୍ଗ ଅନୁସାରେ ଆଜିର କାର୍ଯ୍ୟକ୍ରମଟି ସଫଳ ଭାବେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଯୁବକ ସଙ୍ଗଙ୍କ ସହ ବଜରଙ୍ଗ ଦୋଳ,ବିଶ୍ୱ ହିନ୍ଦୁ ପରିଷଦ କର୍ମୀଙ୍କ ଦ୍ୱାରା ସହରର ସାହି ପରିକ୍ରମାରେ ତାଳେ ତାଳେ ଶ୍ରୀରାମଙ୍କ ନାମକୀର୍ତ୍ତନ, ହାତରେ ପତାକା ଧରିବା ସହ ଆତସ ବାଜି ଡିଜେ ସଂଗୀତ, ନୃତ୍ୟର ପରିବେଷଣରେ ପ୍ରକମ୍ପିତ ଶୋଭାଯାତ୍ରା ସନ୍ଧ୍ୟାରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୋଷାଗୁମୁଡାର ତ୍ରିଦୋଳି କର୍ମୀ ଓ ଆବାଳ ବନିତାଙ୍କ ସହ ଗ୍ରାମ ଓ ଅଞ୍ଚଳର ସହସ୍ର ସନାତନ ଧର୍ମାଲମ୍ବୀଙ୍କ ଯୋଗଦାନ କରିବା ଦେଖିବାକୁ ମିଳିଥିଲା । ପରିଶେଷରେ ଜୟ ଶ୍ରୀରାମ ସଙ୍ଗ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପ୍ରାୟ ୪ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ତା ସହ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମୋନୋହର ରନ୍ଧାରୀ ଏବଂ ଜିଲ୍ଲାପରିଷଦ ଚେୟାରମ୍ୟାନ ମୋତିରାମ ନାୟକ ଉପସ୍ଥିତ ରହି ନଗର ପରିକ୍ରମା କରିଥିଲେ । ଏପରି କୋଷାଗୁମୁଡ଼ା ବ୍ଲକର କୋଡ଼ିଙ୍ଗା, ରାଜୋଡା, ମାଳି ଆଟିଗାଁ, ତାରାଗାଁ,ଚୁର୍ଚୁଣ୍ଡା, ତାରାଗାଁ ଭଳି ୨୬ଗୋଟି ପଞ୍ଚାୟତର ଗାଁ ଗହଳିରେ ମଧ୍ୟ ବହୁ ଆଡମ୍ବରରେ ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରାଯାଇଛି ।

May be an image of 5 people and temple

Leave a Reply