Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଉମରକୋଟ ଉତ୍ସବ ମୁଖର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଉମରକୋଟ ଉତ୍ସବ ମୁଖର

ଉମରକୋଟ: ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଉମରକୋଟରେ ଏହି ଉତ୍ସବକୁ ମହା ଆଡମ୍ବର ସହକାରେ ପାଳନ କରିବାକୁ ସମସ୍ତ ହିନ୍ଦୁ ସଙ୍ଘଠନ ଓ ରାମ ଭକ୍ତ ଏପରି କି ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀମାନେ ଏକତ୍ରିତ ହେବା ସହ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ । ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଗୁଡିକରେ ପୂଜା ପାଠ ଯଜ୍ଞ କରାଯାଇ ଥିଲା । ସକାଳୁ ସକାଳୁ ରାମ ମନ୍ଦିର ଓ ବିଭିନ୍ନ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ମନ୍ଦିର ଠାରେ ଅନ୍ନଭୋଗର ଆୟୋଜନ ହେଇ ଥିଲା ସକାଳେ ଶତାଧିକ ମହିଳା ରାମ ଭକ୍ତ ଝରିଗାଁ ରୋଡ଼ ସ୍ଥିତ ଭାସ୍କେଲ ନଦୀରୁ ଜଳ ନେଇ ରାମ ମନ୍ଦିରକୁ ଯାଇଥିଲେ । ମନ୍ଦିର ପରିସର ରେ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି । ସହରର ସମସ୍ତ ଘର ଆଗରେ ସନ୍ଧ୍ୟାରେ ଝୋଟି ଓ ଦ୍ୱୀପ ପ୍ରଜ୍ୱଳନ ହେଇ ଥିବା ଦେଖିବାକୁ ମିଳିଥିଲା । ଏପରି କିଛି ସ୍ଥାନ ରେ ମହା ପ୍ରଭୁ ରାମଙ୍କ ଛବି ରଖି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ସହରର ଯୁବ ଗୋଷ୍ଠୀଙ୍କ ଦ୍ୱ ।ରା ଏକ ବିରାଟ ଶୋଭା ଯାତ୍ରା ରାମ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଡି ଏନ୍ କେ ଠାରେ ପହଞ୍ଚି ଥିଲ।। ଏହି ସମୟରେ ରାଜ ରାସ୍ତା ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା । ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟରୁ ଆସିଥିବା ଧମାଲ ଡିଜେର ତାଳେ ତାଳେ ଝୁମି ଉଠିଲେ ଭକ୍ତ । ଏପରି କି ଉଭୟ ପୁରୁଷ ଓ ମହିଳା ଶତାଧିକ ସଂଖ୍ୟାରେ ନାଚି ଥିଲେ । ଶୋଭାଯାତ୍ରାରେ ୫୦୦୦ ରୁ ଊର୍ଦ୍ଧ୍ୱ ଭକ୍ତ ଯୋଗ ଦେଇଥିଲେ । ଶୋଭା ଯାତ୍ରାରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ । ପ୍ରବଳ ଆତିସ ବାଜି ମଧ୍ୟ ହେଇ ଥିଲା । ପ୍ରବଳ ଭିଡକୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶୋଭା ଯାତ୍ରା ଭିଡକୁ ଦେଖି ସହର ମଧ୍ୟକୁ ଭାରି ଯାନ ପ୍ରବେଶ ଉପରେ ରୋକ ଲଗାଯାଇଥିଲା । ଶୋଭ । ଯାତ୍ରାକୁ ଦେଖିବା ପାଇଁ ପ୍ରତି ସାହି ଛକଠାରେ ଶହଶହ ସଂଖ୍ୟାରେ ଲୋକ ଏକତ୍ରିତ ହେଇଥିଲେ ।

May be an image of crowd and temple

Leave a Reply