Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାଣ ପ୍ରତିଷ୍ଠା ଅବସରରେ ଗାୟତ୍ରୀ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭବ୍ୟ ଉତ୍ସବ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାଣ ପ୍ରତିଷ୍ଠା ଅବସରରେ ଗାୟତ୍ରୀ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭବ୍ୟ ଉତ୍ସବ ପାଳନ

ରାୟଗଡା : ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାୟଗଡ଼ା ସ୍ଥିତ ଗାୟତ୍ରୀ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭବ୍ୟ ଉତ୍ସବ ପାଳନ କରାଯାଇଛି । ଇତ୍ୟବସରରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ହରିଶ ଚନ୍ଦ୍ର ଦାସ, ଉପସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ଲେଙ୍କା, ସମ୍ପାଦକ ଡକ୍ଟର ସୁନୀଲ ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ରମେଶ କୁମାର ନନ୍ଦ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଧୀର କୁମାର ନେଗୀ, ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସମସ୍ତ ସେବିକା ତଥା ୩୦୦ଜଣ ଶିଶୁ ଭାଇ, ଭଉଣୀ, ଶତାଧିକ ଅଭିଭାବକ ଓ ଅତିଥିଙ୍କ ଉପସ୍ଥିତିରେ ଏହି ଭବ୍ୟ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଆଜି ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ ଗୁରୁମାମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ହରିଶ ଚନ୍ଦ୍ର ଦାସ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ ପରେ ୧୦୮ ଥର ପବିତ୍ର ହନୁମାନ ଚାଲିସା ପଠନ କରାଯାଇଥିଲା । ଆଜିର ଏହି ମନୋରମ ପରିବେଶରେ କୁନି କୁନି ଶିଶୁ ଭାଇ ଭଉଣୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଶ୍ରୀରାମ, ଲକ୍ଷ୍ମଣ,ମାତା ସୀତା ତଥା ହନୁମାନଙ୍କ ମନୋରମ ବେଶ ସମସ୍ତଙ୍କୁ ଅଭିଭୂତ ଓ ଆହ୍ଲାଦିତ କରାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଶିଶୁ ଭାଇ ଭଉଣୀମାନଙ୍କୁ ବିଦ୍ୟାଳୟର ଡିଜିଟାଲ ଟିଭି ମାଧ୍ୟମରେ ଦିବ୍ୟ ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପ୍ରଦର୍ଶିତ କରାଯାଇଥିଲା । ଏହି ଭବ୍ୟ ଉତ୍ସବର ସମାରୋହ ପରେ ସମସ୍ତଙ୍କୁ ପବିତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

May be an image of 6 people and temple

Leave a Reply