ଖପ୍ରାଖୋଲ,: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ଅଯୋଧ୍ୟା ରାମ ମନ୍ଦିର ଲୋକାର୍ପଣ ତଥା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଉତ୍ସବ ମୁଖର ହୋଇଉଠିଛି । ଗାଁ ଗାଁରେ ପୂଜା ପାଠ, ନାମ ସଙ୍କୀର୍ତ୍ତନ, ଶୋଭା ଯାତ୍ରା, କଳସ ସ୍ଥାପନ, ଦ୍ୱୀପ ଦାନ ଆଦି ଦେଖିବାକୁ ମିଳିଛି । ଏହି ଅବସରରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିବା ଦେଖାଯାଇଛି ।
