Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଓ ଦୀପ ଦାନ ପୂଜାର୍ଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଓ ଦୀପ ଦାନ ପୂଜାର୍ଚନା

ପଟ୍ଟାମୁଣ୍ଡାଇ : ଉତ୍ତରପ୍ରଦେଶ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ଓ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଚଳଚଞ୍ଚଳ ହୋଇପଡିଛି । ଆଜିର ମହାର୍ଘ୍ୟ ଅବସରରେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଓ ଦୀପ ଦାନ ପୂଜାର୍ଚନା ଦୃଶ୍ୟ ପରିବେଶକୁ ଭକ୍ତିମୟ କରିଦେଇଥିଲା । ବିଶ୍ୱହିନ୍ଦୁ ପରିଷଦ ଓ ଆର ଏସ ଏସ ପକ୍ଷରୁ ଶ୍ରୀରାମ ମନ୍ଦିର ସମ୍ମୁଖ ପଡିଆରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ରଖାଯାଇ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ପଟ୍ଟାମୁଣ୍ଡାଇ ରାଧାରମଣ ମଠ ସମ୍ମୁଖ ରାଧାରମଣ ମାର୍କେଟ କମ୍ପେ୍ଲକ୍ସରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହୋମ ଯଜ୍ଞ ତଥା ପ୍ରସାଦ ବଣ୍ଟନ କରାଯାଇଥିଲା । ଏଥିରେ ସାଧନା ସ୍ୱରୂପ ସମ୍ପାଦକ ଦେବବ୍ରତ ଦେବତା, ଦେବାଶିଷ ପଣ୍ଡା, ପୁରୁଷୋତ୍ତମ ବେହେରା, ପ୍ରଭୁଦତ୍ତ ଦାଶ ଓ ରାମ ଚନ୍ଦ୍ର ରଥ ପ୍ରମୁଖ ସାମିଲ ହୋଇଥିଲେ । ପୋଖରୀଆପଡା ହରପାର୍ବତୀ ମନ୍ଦିର ଛକରେ ଶ୍ରଦ୍ଧାଳୁ ମାନଙ୍କୁ ମାଗଣାରେ ଚାହା ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବ୍ୟତୀତ ପଟ୍ଟାମୁଣ୍ଡାଇ ଅଂଚଳରେ ଶ୍ରଦ୍ଧାଳୁ ଭକ୍ତମାନେ ଘର ସମ୍ମୁଖରେ କଳସ ବସାଇ ରଙ୍ଗବେରଙ୍ଗ ମୂର୍ଜ ପକାଇ ଉତ୍ସବ ପାଳନ ସହ ସନ୍ଧ୍ର‌୍ୟାରେ ଦୀପ ଦାନ କରିଥିଲେ । ଆଜି ସନ୍ଧ୍ର‌୍ୟାରେ ବିଜେପି, ବିଶ୍ୱହିନ୍ଦୁ ପରିଷଦ ଓ ଆର ଏସ ଏସ ମିଳିତ ଭାବେ ଡି ଜେ ବଜାଇ ଶୋଭାଯାତ୍ରା ବାହାର କରିବା ସହିତ ଉତ୍ସବ ମନାଇ ଥିଲେ ଓ ପଟ୍ଟାମୁଣ୍ଡାଇ ଅଂଚଳର ବିଭିତ୍ତ ଶ୍ରୀରାମ ମନ୍ଦିରରେ ଭକ୍‌ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ପଟ୍ଟାମୁଣ୍ଡାଇ ପତିତପାବନ ମନ୍ଦିର , ଗୁଲନଗର ଗାୟତ୍ରୀ ପରିବାର ପକ୍ଷରୁ , ଚୌଦକୁଲାଟ ଶ୍ରୀରାମ ଓ ଦଧିବାମନ ମନ୍ଦିରରେ ସ୍‌୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା ଓ ଶହ ଶହ ଶ୍ରଦ୍ଧାଳୁ ଭକ୍‌ତ ଯୋଗ ପ୍ରଭୁ ଶ୍ରୀରାମଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହା ଛଡା ଗୋଗୁଆ ଠାରେ ମଧ୍ୟ ରାମଲାଲା ପ୍ରତିଷ୍ଠା ଅବସରରେ ହୋମ ଯଜ୍ଞ କରାଯାଇଥିଲା ଓ ମୋଟାମୋଟି ଭାବେ ଅଯୋଧ୍ୟାରେ ରାମ ଲାଲା ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଚଳଚଞ୍ଚଳ ହୋଇପଡିଥିଲା ।

May be an image of 1 person and temple

Leave a Reply