Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମଲଲାଙ୍କ ଅଲୌକିକ ରୂପ ଦେଖି ମନ୍ତ୍ରମୁଗ୍ଧ ହେଲେ ଶ୍ରଦ୍ଧାଳୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମଲଲାଙ୍କ ଅଲୌକିକ ରୂପ ଦେଖି ମନ୍ତ୍ରମୁଗ୍ଧ ହେଲେ ଶ୍ରଦ୍ଧାଳୁ

ଅଯୋଧ୍ୟାଧାମ : ଅଯୋଧ୍ୟାଧାମରେ ଶ୍ରୀରାମଲଲାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଜମିଛି । ରାମଲଲାଙ୍କ ଦର୍ଶନ ଆରମ୍ଭ ହୋଇଛି । ଆଜି ସନ୍ଧ୍ୟାରେ କେଟାମରିନ ବୋଟ ୱାଟର ମେଟ୍ରୋ ବି ଏଠାରେ ପହଞ୍ଚିବାର ସମ୍ଭାବନା ରହିଛି । ପ୍ରଭୁ ଶ୍ରୀରାମଙ୍କ ନଗରୀର ଚାରିଆଡେ କେସରିଆ ଧ୍ୱଜ ଲହରୁଛି । ସରଯୁ ନଦୀତଟରେ ଶ୍ରୀରାମଙ୍କ ଉଦଘୋଷ ଶୁଣିବାକୁ ମିଳୁଛି । ପ୍ରାୟ ୫ଶହ ବର୍ଷର ଅପେକ୍ଷା ପରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ଶ୍ରୀରାମ ଜନ୍ମଭୂମିରେ ସୋମବାର ଦ୍ୱିପ୍ରହର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ହୋଇଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ପ୍ରଥମ ସକାଳ ମଙ୍ଗଳବାର ଶ୍ରୀରାମ ଜନ୍ମଭୂମିରେ ପାଦ ରଖିବାକୁ ଜାଗା ନାହିଁ । ଏଭଳି ଲାଗୁଛି ଯେପରି ଆସ୍ଥା ଓ ବିଶ୍ୱାସର ସଙ୍ଗମ ହୋଇଛି । ଶ୍ରୀରାମଲଲାଙ୍କ ଦର୍ଶନ କରିବା ପାଇଁ ଭକ୍ତମାନେ ଏଠାରେ ଭୋର ତିନିଟାରୁ ଲାଇନରେ ଠିଆ ହୋଇଥିଲେ । ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ପ୍ରଥମ ପାଳିରେ ପୂର୍ବାହ୍ନ ୧୧.୩୦ଯାଏ ଦର୍ଶନ ଚାଲିବ । ଏହାପରେ ଦ୍ୱିତୀୟ ପାଳିରେ ଦ୍ୱିପ୍ରହର ୨ଟାରୁ ସନ୍ଧ୍ୟା ୬.୩୦ ଯାଏ ଦର୍ଶନ ଚାଲିବ । ଭକ୍ତଙ୍କ ସଂଖ୍ୟା ବଢିବା ପରେ ଦର୍ଶନ ଅବଧିକୁ ବୃଦ୍ଧି କରାଯାଇପାରେ । ଶ୍ରଦ୍ଧା-ଭକ୍ତି-ବିଶ୍ୱାସ । ଆସ୍ଥା ପଥରେ ବଢୁଛନ୍ତି ରାମଭକ୍ତ । ଜୟ ଜୟ ଶ୍ରୀରାମ ଉଦଘୋଷରେ ପ୍ରକମ୍ପିତ ପୂରା ଅଂଚଳ । ଭକ୍ତିମୟ ମାହୋଲ ଓ ଅଦ୍ଭୁତ ଦୃଶ୍ୟ । ଆଜି ରାମଲଲାଙ୍କ ଦରବାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମଙ୍ଗଳବାର ଦର୍ଶନର ଆଜି ପ୍ରଥମ ଦିନ । ସାଧାରଣ ଲୋକଙ୍କ ପାଇଁ ଯେତେବେଳେ ମନ୍ଦିର ଖୋଲା ଗଲା, ସେତେବେଳେ ପ୍ରଥମେ ମନ୍ଦିର ଯିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିଲା । ଶ୍ରଦ୍ଧାଳୁଙ୍କ ଜୟଘୋଷରେ ପୂରା ଅଯୋଧ୍ୟା ରାମମୟ ହୋଇପଡିଥିଲା । ରାମଲଲାଙ୍କ ଦର୍ଶନ ପାଇଁ ଆଜି ପ୍ରଥମ ଦିନରେ ପ୍ରାୟ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଅନୁମାନ କରାଯାଉଛି । ଅଯୋଧ୍ୟାରେ ରାମଲଲାଙ୍କ ଅଲୌକିକ ସ୍ୱରୂପ ଦେଖି ବ୍ରହ୍ମାନନ୍ଦ ପ୍ରାପ୍ତ ଭଳି ଅନୁଭବ ହେଉଛି । ଶ୍ରଦ୍ଧାଳୁମାନେ ରାମଲଲାଙ୍କ ଅଲୌକିକ ସ୍ୱରୂପ ଦେଖି ଭାବବିହ୍ୱଳ ହେଉଛନ୍ତି । ରାମଙ୍କ ମହଲର କୋଣ ଅନୁକୋଣ ଚମକୁଛି । ସତେଯେପରି କଥା କହୁଛନ୍ତି କୋଣ ଅନୁକୋଣ । ତ୍ରେତୟା ଯୁଗର ରାଜା ଦଶରଥଙ୍କ ମହଲ ଭଳି ଦୃଶ୍ୟମାନ ହେଉଛି ଭବ୍ୟ ରାମମନ୍ଦିର । ନିଜ ଆରାଧ୍ୟଙ୍କ ଛବି ଦେଖି ସମସ୍ତଙ୍କ ଆଖିରେ ଆନନ୍ଦାଶ୍ରୁ ।

May be an image of crowd and temple

Leave a Reply