Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀଶ୍ରୀ ଲଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ବିଗ୍ରହ ପ୍ରାଣପ୍ରତିଷ୍ଠା ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀଶ୍ରୀ ଲଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ବିଗ୍ରହ ପ୍ରାଣପ୍ରତିଷ୍ଠା ଉତ୍ସବ

କଟକ : ତା୨୨.୧.୨୦୨୪ ସୋମବାର ଅଯୋଧ୍ୟାରେ ଶ୍ରୀରାମ ବିଗ୍ରହ ପ୍ରାଣପ୍ରତିଷ୍ଠା ଉତ୍ସବ ଶ୍ରୀଶ୍ରୀ ଲଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକା ଠାରୁ ୧୦.୩୦ ମିନିଟ ପର୍ଯ୍ୟନ୍ତ ଗ୍ରାମର ରାମଭକ୍ତଙ୍କ ମାନଙ୍କ ଦ୍ୱାରା ହନୁମାନ ଚାଳିସା ପରାୟଣ ଅନୁଷ୍ଠତ ହୋଇଥିଲା । ଏହାପରେ ଆମ ଅଂଚଳରୁ ୧୯୯୦ ଓ ୧୯୯୨ ମସିହାରେ ଅଯୋଧ୍ୟା ଯାଇଥିବା କରସେବକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କରସେବକ ସର୍ବଶ୍ରୀ କଳ୍ପତରୁ ଦାସ,ମଦନ ପରିଡା,ତରୁଣକାନ୍ତ ମିଶ୍ର ଓ ରଞ୍ଜନ ସାହୁ ପ୍ରମୁଖ କରସେବା ସମୟର ଅନୁଭୂତି କଥନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ଥ କୃଷ୍ଣାନନ୍ଦଜୀ ମହାରାଜ, ପ୍ରଜ୍ଞାନ ମିଶନ, ଜଗତପୁର ଓ ଶ୍ରୀ ଓଁକାରା ନନ୍ଦ ସରସ୍‌ୱତୀ, ଚିନ୍ମୟ ମିଶନ, ଜଗତପୁର ଯୋଗଦେଇ କରସେବକ ମାନଙ୍କୁ ସମ୍ବଦ୍ଧିତ କରିବା ସହ ଆଜିର କାର୍ଯ୍ୟକ୍ରମରେ ଆଶ୍ରିବଚନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରେ ସମସ୍ତ ରାମଭକ୍‌ତମାନଙ୍କ ସାମୁହିକ ପ୍ରସାଦ ସେବନ କରାଯାଇ ସମସ୍ତ ରାମଭକ୍‌ତ, ସଂକୀର୍ତ୍ତନ ମଣ୍ଡଳୀ ଓ ମାତୃମଣ୍ଡଳୀଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଉକ୍‌ତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରତ୍ୟୁଷ ଦାଶ, ଗଣେଶ ସାହୁ, ମହାପ୍ରସାଦ ଦାଶ, ପ୍ରତ୍ୟୁଷ ସାହୁ, ରାମଚନ୍ଦ୍ର ସାହୁ, ବେଦାପ୍ରକାଶ ଦାଶ, ସୁମନ୍ତ ରଣା , ରଞ୍ଜନ ବେହେରା ଓ ପ୍ରଫୁଲ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ୟଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବଳରାମ ଦାଶ, କାଳନ୍ଦୀ ଦାଶ, ଚନ୍ଦ୍ରକାନ୍ତ ମିଶ୍ର, ନିରଞ୍ଜନ ଚୌଧୁରୀ, ପରମାନନ୍ଦ ମୁଦୁଲି, ଭାଗ୍ୟଧର ପାତ୍ର, ସଞ୍ଜୟ ଦଳାଇ, ରାମ ନାରାୟଣ ପଣ୍ଡା,ସୁଶ୍ରୀ ସଂଯୁକ୍‌ତା ରାଉଳ, ସରୋଜିନୀ ଦେବୀ, ସଂଯୁକ୍ତା ଦାସ, କଲ୍ୟାଣି ସ୍ୱାଇଁ, ସ୍ନେହଳତା ଗୁରୁମା,ଗୀତା ରାଣୀ ପଣ୍ଡା,ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ବେହୁରା , ମନ୍ଦିର ଟ୍ରଷ୍ଟି ଧ୍ରୁବଚରଣ ବେହେରା ଓ କାର୍ତ୍ତିକ ଚନ୍ଦ୍ର ସ୍‌ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

May be an image of 13 people, flute and temple

Leave a Reply