Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଲାଗି ଏରସମା ଚଳଚଞ୍ଚଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଲାଗି ଏରସମା ଚଳଚଞ୍ଚଳ

ଏରସମା : ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ ମଠ ମନ୍ଦିର ଠାରୁ ଆରମ୍ଭ କରି ପ୍ରତ୍ୟେକ ପିଠାସ୍ଥଳୀକୁ ସଫା ସୁତର କରି ସୁସଜ୍ଜିତ କରାଯାଇଥିଲା । ସେହିପରି ଏରସମା ଅଞ୍ଚଳରେ ବିଭିନ୍ନ ପିଠାସ୍ଥଳୀ ମାନଙ୍କରେ ହୋମଯଜ୍ଞ ସହିତ ଦୀପ ଦାନ କରାଯାଉଥିବାବେଳେ କୋଠିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବାଲିକୁଦା ଏରସମା ଶଶିକାନ୍ତ ପରିଡାଙ୍କ ନେତୃତ୍ୱରେ ଶହଶହ ଭକ୍ତମାନଙ୍କ ସହ ଏହି ଉତ୍ସବ ମହାଆଡମ୍ବରରେ ପାଳନ କରାଯାଉଛି । ସକାଳ ଆଳତୀ, ମଧ୍ୟାନ ଧୂପ, ସଂଧ୍ୟା ଆଳତୀ ସହ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ନିରୁପମା ସ୍ୱାଇଁ, କ୍ଷୀରୋଦ ପରିଡା, ଜଟାଧାରୀ ସ୍ୱାଇଁ, ନିମାଇଁ ଚରଣ ଜେନା, ରାଜକିଶୋର ମଲିକ ମହାଦେବ ବିଶ୍ୱାଳ, ରଂଜନ ନାୟକଙ୍କ ସମେତ ସମସ୍ତ ବରିଷ୍ଠ ଓ ଛାମୁଆଁ କର୍ମୀମାନେ ଉପସ୍ଥିତ ରହି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଉତ୍ସବର ସିଧାପ୍ରସାରଣ ଏଲ୍‌.ଇ.ଡି ମାଧ୍ୟମରେ ଦେଖିଥିଲେ ଏବଂ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

May be an image of 5 people and temple

Leave a Reply