Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ କିଶାନ ସଂଘର ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନର ପ୍ରାରମ୍ଭିକ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ କିଶାନ ସଂଘର ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନର ପ୍ରାରମ୍ଭିକ ବୈଠକ

ବଲାଙ୍ଗୀର: ଭାରତୀୟ କିଶାନ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସଭାପତି ଶଶିଭୂଷଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ତହିଁରେ ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନର କାର୍ଯ୍ୟକାରୀ ସଦସ୍ୟ ରାଧାକୃଷ୍ଣ ମେହେର, କ୍ଷେତ୍ର ସଂଗଠନ ଅଧିକାରୀ ଶ୍ରୀନିବାସ ଜୀ ଓ ପ୍ରଦୀପ କୁମାର ମହନ୍ତ ରାଜ୍ୟ ଉପ-ସଭାପତି ମାର୍ଗଦର୍ଶକ ଭାବରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ସଦସ୍ୟତା ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତିକରଣ କରାଯାଇଥିଲା । ଜିଲ୍ଲା ତଥା ବ୍ଲକ ସ୍ତରରେ ସଦସ୍ୟତା ପାଇଁ ସଂଯୋଜକମାନ ସ୍ଥିର କରାଯାଇ ଭାରତୀୟ କିଶାନ ସଂଘର ପରିଚୟ ଓ ତହିଁରେ ସଦସ୍ୟତାର ଆବଶ୍ୟକତା ଉପରେ ଆଲୋଚନା ରେ ଭାଗ ନେଇ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାରେ ସଦସ୍ୟତାରେ ପ୍ରମୁଖ ଭୂମିକା ନେବା ପାଇଁ ସମସ୍ତେ ମତ ପ୍ରକାଶିତ କରିଥିଲେ । ବୈଠକରେ ମୋହନ ନାଏକ, ବୈଦ୍ୟନାଥ କରନ, ଭାଗରଥି ଯୁଏଡ, ବିଷ୍ଣୁ ବାଗ, ଦିଲିପ ଠାକୁର, ଜିଲ୍ଲା ଉପ-ସଭାପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସୋନପୁର ଜିଲ୍ଲା ସଭାପତି ବିରଂଚି ମେହେର ଓ କଳାହାଣ୍ଡି ଜିଲ୍ଲାର ବିପିନ ବିହାରୀ ଭୋଇ ଉକ୍ତ ବୈଠକରେ ଯୋଗ ଦେଇ ସଦସ୍ୟତା ଅଭିଯାନ ପାଇଁ ଉତ୍ସାହିତ ହେଲେ ଏବଂ ତାଙ୍କ ଜିଲ୍ଲା ପାଇଁ ସଦସ୍ୟତା ଲକ୍ଷ୍ୟ ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ସଦସ୍ୟତା ଅଭିଯାନ ପାଇଁ ମୋହନ ନାଏକ ଙ୍କୁ ଜିଲ୍ଲା ସଂଯୋଜକ ଓ ବୈଦ୍ୟନାଥ କରନ କୁ ସହ-ସଂଯୋଜକ ଭାବରେ ଦାୟିତ୍ୱ ସ୍ତିର କରାହେଲା । ଏମଧ୍ୟରେ ବିଭିନ୍ନ ବ୍ଲକ ସ୍ତରରେ ଭାରତୀୟ କିଶାନ ସଂଘ ତରଫରୁ ଦେଇଥିବା ଫର୍ମେଟ ଅନୁସାରେ ପ୍ରଣୟନ କରି ଜିଲ୍ଲା ତଥା ପ୍ରାଦେଶିକ ସ୍ତରକୁ ସଦସ୍ୟତା ସମ୍ବନ୍ଧରେ ଉଚିତ ପଦକ୍ଷେପ ନେଇ ସମସ୍ତଙ୍କୁ ଜଣାଇବା ପାଇଁ ସିଦ୍ଧାନ୍ତ ହେଲା । ଶେଷରେ ଜିଲ୍ଲା ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply