Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବପାଳନ ପାଇଁ କେସିଙ୍ଗା ସହର ସ୍ଥାନେ ସ୍ଥାନେ ପ୍ରସାଦ ସେବନ ସହିତ ବିଭିନ୍ନ ଆଧ୍ୟାତ୍ମିକ ପ୍ରତିଗୋଗିତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବପାଳନ ପାଇଁ କେସିଙ୍ଗା ସହର ସ୍ଥାନେ ସ୍ଥାନେ ପ୍ରସାଦ ସେବନ ସହିତ ବିଭିନ୍ନ ଆଧ୍ୟାତ୍ମିକ ପ୍ରତିଗୋଗିତା

କେସିଙ୍ଗା : ଅଯୋଧ୍ୟାରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ସୋମବାର ଦିନ ଭୋର ୪ ଟାରୁ ବିଭିନ୍ନ ଭକ୍ତିମୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଭୋର ଭୋର କେସିଙ୍ଗା ହରିମଣ୍ଡଲି ପକ୍ଷରୁ ସାରା ସହରରେ ପ୍ରଭାତ ଫେରି ଅନୁଷ୍ଟିତ ହୋଇଥିଲା । ପରେ ସହରର ରାସ୍ତା କଡ଼ରେ ଥିବା ସମସ୍ତ ଦୋକାନରେ ରାମ ଭକ୍ତ ମାନେ ବୁଲି ବୁଲି ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସକାଳ ୮ ଟାରୁ ଜୟ ଅମ୍ଭେ ଗୋଲ୍ଡ ଆର୍ଟ ଦୋକାନ ସମ୍ମୁଖରେ ସମସ୍ତ କେସିଙ୍ଗା ସହରବାସୀଙ୍କ ପାଇଁ ପାନୀୟ ଜଳ ସହିତ ଜଳଖିଆର ସୁବ୍ୟବସ୍ଥା କରାଯାଇଥିଲା । ସେହିପରି କେସିଙ୍ଗା ରେଳ ଷ୍ଟେସନ ବ୍ୟବସାୟୀ ସଂଘ ପକ୍ଷରୁ ଦିନ ତମାମ ଜଳଖିଆ ସହିତ ରାତି ପର୍ଯ୍ୟନ୍ତ ପ୍ରସାଦ ସେବନର ବ୍ୟବସ୍ଥା କରି ଥିଲେ । ସେହିପରି ଜଗନ୍ନାଥ ମନ୍ଦିର, ବୋରିଂଗ ପଦର ଶିବ ମନ୍ଦିର ଠାରେ ମଧ୍ୟ ପ୍ରସାଦ ବଣ୍ଟନ କରାଯାଇଥିଲା । କେସିଙ୍ଗା ରାମ ଭକ୍ତ ମଣ୍ଡଳୀ ପକ୍ଷରୁ ଜଗନ୍ନାଥ ସ୍କୁଏର ରେ ପ୍ରଭୁ ରାମଙ୍କ ୨୭ ଫୁଟର ଏକ ବିରାଟ କଟଆଉଟ୍ ସହରର ରାମ ଭକ୍ତଙ୍କୁ ଆନନ୍ଦିତ କରିଥିଲା । ସେହିପରି ସକାଳ ୧୦ ଘଣ୍ଟା ରୁ ଜଗନ୍ନାଥ ସ୍କୁଏର ପରିସରରେ ଆଧ୍ୟାତ୍ମିକ ଝୋଟି ଚିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତିନି ଜଣ କୃତି ପ୍ରତିଯୋଗୀଙ୍କୁ କମିଟି ପକ୍ଷରୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସେହିପରି ଅପରାହ୍ନ ୩ ଘଣ୍ଟା ସମୟରେ କେସିଙ୍ଗା ଗୌରୀଶଙ୍କର ମନ୍ଦିର ଠାରୁ ଜଗନ୍ନାଥ ସ୍କୁଏର ପର୍ଯ୍ୟନ୍ତ ବିରାଟ ଶୋଭା ଯାତ୍ରାରେ ହଜାର ହଜାର ସଂଖ୍ୟାରେ ରାମ ଭକ୍ତ ବାଜା, ଖଞ୍ଜଣି, ଡିଯେ, ହରିବୋଲ ହୁଳହୁଳି, ଓ ଜୟ ଶ୍ରୀରାମ ଧ୍ୱନିରେ ସମଗ୍ର ସହରକୁ ଭକ୍ତିରେ ଭରି ଦିଆଯାଇଥିଲା । ସନ୍ଧ୍ୟାରେ ଜଗନ୍ନାଥ ସ୍କ୍ୱଏର ଠାରେ ୫୧୦୦ ଦୀପ ପ୍ରଜ୍ୱଳନ କରି ପ୍ରଭୁ ଶ୍ରୀରାମଙ୍କ ନିକଟରେ କେସିଙ୍ଗାବାସୀଙ୍କ ତରଫରୁ ଆଶୀର୍ବାଦ ଭିକ୍ଷା କରାଯାଇଥିଲା । ତତ୍ ପାଶ୍ଚାତ ପ୍ରସାଦ ସେବନ କରି ଜୟ ଶ୍ରୀରାମ ନାରା ଦେଇ ସମସ୍ତ ଭକ୍ତ ପ୍ରତ୍ୟାବର୍ତନ୍ କରିଥିଲେ ।

May be an image of 8 people, car, road, temple and text

Leave a Reply