Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା : ପ୍ରଭୂ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀଙ୍କୁ ଚରଣାମୃତ ପିଆଇ ଉପବାସ ଭଙ୍ଗ କରିଛନ୍ତି । ଏଥିସହିତ ମୋଦୀଙ୍କ ଭକ୍ତିକୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଶଂସା ମଧ୍ୟ କରିଛନ୍ତି । ପ୍ରାଣ ପ୍ରତିଷ୍ଠା ଶେଷ ପର୍ଯ୍ୟନ୍ତ ୧୧ ଦିନିଆ ଉପବାସ ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨ ତାରିଖରେ ଘୋଷଣା କରିଥିଲେ । ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହି ଘୋଷଣା କରିବା ସହ ଏହି ବେଳର ଦୃଶ୍ୟ ତାଙ୍କୁ ଦେଖିବାକୁ ସୁଯୋଗ ମିଳିଥିବାରୁ ଏହା ତାଙ୍କର ସୌଭାଗ୍ୟ ବୋଲି ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିରର ଗର୍ଭ ଗୃହରେ ଯାଇ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ସହ ମୋହନ ଭାଗବତ ଥିଲେ ବୋଲି ଜଣାପଡ଼ିଛି । ସୋମବାର ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସମ୍ବୋଧନ କଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଭାବପ୍ରବଣ ହୋଇଯାଇଥିଲେୟ ସେ କହିଛନ୍ତି ଯେ ୨୦୨୪ ଜାନୁଆରୀ ୨୨ କେବଳ ଏକ ତାରିଖ ନୁହେଁ ବରଂ ଏକ କାଳଚକ୍ରର ଉଦ୍ରେକ ଅଟେ ୟ ରାମ ମନ୍ଦିରର ଭୂମି ପୂଜନ ପରଠାରୁ ପ୍ରତିଦିନ ସାରା ଦେଶରେ ଉତ୍କଣ୍ଠା ଏବଂ ଉତ୍ସାହ ବଢିଥିଲା । ଆଜି ଆମ ଶ୍ରୀରାମଙ୍କୁ ମନ୍ଦିର ମିଳିଛି । ପରାଧୀନତାର ମାନସିକତାକୁ ଭାଙ୍ଗି ବଢୁଥିବା ରାଷ୍ଟ୍ର ନୂଆ ଇତିହାସର ସୃଜନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାମଙ୍କ କାମ ହନୁମାନଙ୍କ ବିନା କେବେ ବି ସମ୍ଭବ ନୁହେଁ । ଏଥିପାଇଁ ହନୁମାନ ଜୀ, ମାତା ଜାନକୀ ଏବଂ ଳକ୍ଷ୍ମଣ ଜୀଙ୍କୁ ପ୍ରଣାମ କରୁଛି । ମୁଁ ଆଜି ଦୈବୀ । ଅନୁଭବ କରୁଛି, ଯେଉଁମାନଙ୍କ ମହାନ ତ୍ୟାଗରୁ ଏହି କାର୍ଯ୍ୟ ପୂର୍ଣ୍ଣ ହୋଇଛି, ସେମାନେ ବି ଆଜି ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି । ମୁଁ ସେହି ସମସ୍ତଙ୍କୁ ପ୍ରଣାମ କରୁଛି । ଆଜିଠାରୁ ଏକ ହଜାର ବର୍ଷ ପରେ ବି ଏହି ତାରିଖକୁ ଲୋକେ ମନେ ରଖିବେ । ଏହି ମୁହୂର୍ତ୍ତ ଉପରେ ଚର୍ଚ୍ଚା କରିବେ । ଏହା ରାମଙ୍କ ଅପରାକୃପା ଯେ ଆମେ ସମସ୍ତେ ଏହି ମୁହୂର୍ତ୍ତକୁ ଦେଖୁଛୁ ।

May be an image of 2 people and temple

Leave a Reply