କେନ୍ଦ୍ରାପଡ଼ା : ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ପକ୍ଷରୁ ବିଭିନ୍ନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ପାଣ୍ଡିରି ଲକ୍ଷ୍ମୀ ନାରାୟଣ ମନ୍ଦିର, କନ୍ତେଇ ଠାକୁରାଣୀ ଓ ବିରସ୍ୱତୀ ଗ୍ରାମରେ ନଗର ସଂକୀର୍ତ୍ତନ କରାଯାଇଥିଲା । ପରେ ପରେ ରାଆଁଳୋ ଗ୍ରାମରେ ଗୋପୂଜା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ଗୋପ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ କୋରୋ ପଞ୍ଚାୟତର ପାଳକଣା ରାମ ମନ୍ଦିରରୁ ଏକ ସୁସଜ୍ଜିତ ରାମରଥ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା ।ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରି ବିଭୁକୃପା ଲାଭ କରିଥିଲେ ।
