Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଲ୍ଲାସ ଓ ଆନନ୍ଦର ମୁହୂର୍ତକୁ ସ୍ମରଣୀୟ ରଖିବେ ରାମଭକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଲ୍ଲାସ ଓ ଆନନ୍ଦର ମୁହୂର୍ତକୁ ସ୍ମରଣୀୟ ରଖିବେ ରାମଭକ୍ତ


ଅଯୋଧ୍ୟା : ଶ୍ରୀରାମ ମନ୍ଦିର ଉଦ୍‌ଘାଟନ ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁୟାରୀରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ଆସିବେ । ପ୍ରଧାନମନ୍ତ୍ରୀଙ୍କ ପ୍ରାସ୍ତାବିତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ୧୯ ଜାନୁୟାରୀକୁ ମୁଖ୍ୟମନ୍ତ୍ରୀ ଯେଗୀ ଆଦିତ୍ୟନାଥ ଅଯୋଧ୍ୟା ଆସିବେ ଏବଂ ଅନ୍ତରାଷ୍ଟ୍ରୀୟ ରାମକଥା ସଂଗ୍ରହାଳୟରେ ପ୍ରାଣ ପ୍ରତିଷ୍ଠା ସମ୍ବଦ୍ଧିତ କାର୍ଯ୍ୟକ୍ରମକୁ ସମୀକ୍ଷା କରିବେ । ଅଧିକାରୀ-କର୍ମଚାରୀ ମଧ୍ୟ ସେବା ଭାବ ନେଇ ପୁରା ଦମ୍‌ରେ କାର୍ଯ୍ୟ କରିବା ପାଇଁ ଏକଜୁଟ ହୋଇଛନ୍ତି । ଏପରିକି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ପୁରା ଉତର ପ୍ରଦେଶ ଅଲର୍ଟ ମୋଡ଼ରେ, ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା କଡ଼ା ନଜରରେ ଏବଂ ସୁରକ୍ଷା ଘେରା ବନ୍ଦିରେ ରହିଛି । ଉଲ୍ଲାସ ଏବଂ ଆନନ୍ଦ ଭରା ମୁହୂର୍ତକୁ ସୁରକ୍ଷିତ ପରିବେଶ ବନାଇବା ପାଇଁ ପ୍ରତି ପଦକ୍ଷେପରେ ପୋଲିସର ଛାଉଣି । ମଣ୍ଡଳାଯୁକ୍ତ ଗୌରବ ଦୟାଲ, ପୁଲିସ ମହା ନୀରିକ୍ଷକ ପ୍ରବୀଣ କୁମାର, ଜିଲ୍ଲାଧିକାରୀ ନିତିଶ କୁମାର ନିଜେ ସବୁ କିଛି ଠିକ୍ କରିବା ପାଇଁ ଏକଜୁଟ ହୋଇଛନ୍ତି । ସୂଚନା ନିର୍ଦ୍ଦେଶକ ଶିଶିରଙ୍କୁ ଭାରତ ସରକାରଙ୍କ ଆଦେଶକୁ ଶତ ପ୍ରତିଶତ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply