ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ପୂରା ଦେଶରେ ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥାନ ଓ କେନ୍ଦ୍ରୀୟ ଉଦ୍ୟୋଗିକ ପ୍ରତିଷ୍ଠାନକୁ ଜାନୁୟାରୀ ୨୨ ଦ୍ୱିପ୍ରହର ୨.୩୦ ପର୍ଯ୍ୟନ୍ତ (ଅଧାଦିନ) ବନ୍ଦ ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏକ ଔପଚାରିକ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଜାନୁୟାରୀ ୨୨ରେ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠା ଉତ୍ସବରେ କର୍ମଚାରୀଙ୍କୁ ସାମିଲ ହେବା ପାଇଁ ଦ୍ୱିପ୍ରହର ଅଢେଇଟା ଯାଏ ଛୁଟି ଦିଆଯାଉଛି ।