Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତର ବିଶ୍ୱାସ ଏବଂ ଲୋକଆସ୍ଥା, ଗୌରବର ପୁନଃପ୍ରତିଷ୍ଠାର କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତର ବିଶ୍ୱାସ ଏବଂ ଲୋକଆସ୍ଥା, ଗୌରବର ପୁନଃପ୍ରତିଷ୍ଠାର କାର୍ଯ୍ୟକ୍ରମ

ଅଯୋଧ୍ୟା : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଶ୍ରୀରାମ ଜନ୍ମଭୂମି ତୀର୍ଥ ନ୍ୟାସର ତତ୍ୱାବଧାନରେ ଶ୍ରୀରାମ ଜନ୍ମଭୂମି ଉପରେ ପ୍ରଧାନମନ୍ତ୍ରୀଙ୍କ ଗରିମାମୟୀ ଉପସ୍ଥିତିରେ ୨୨ ଜାନୁଆରୀକୁ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହେବାକୁ ଯାଉଛି । ଏହାକୁ ନେଇସମ୍ପୂର୍ଣ୍ଣ ଅଯୋଧ୍ୟା ଧାମ, ଉତର ପ୍ରଦେଶ ଏବଂ ଦେଶରେ ଉତ୍ସାହର ମାହୋଲ । ଅନେକ ବର୍ଷ ପରେ ଆସିବାକୁ ଥିବା ଏହି ମୁହୂର୍ତ ଦର୍ଶନ କରି ଶ୍ରଦ୍ଧାଳୁମାନଙ୍କ ଅନ୍ତଃକରଣରେ ଆନନ୍ଦର ଅନୁଭୂତି ହେବ । ଏହା ଭାରତର ବିଶ୍ୱାସ ଏବଂ ଲୋକଆସ୍ଥା, ଗୌରବର ପୁନଃପ୍ରତିଷ୍ଠାର କାର୍ଯ୍ୟକ୍ରମ ଅଟେ । ମୁଖ୍ୟମନ୍ତ୍ରୀ ବିଶ୍ୱାସ ଜତାଇଛନ୍ତି ଯେ ଏବେ ପର୍ଯ୍ୟନ୍ତ ଯେପରି ସମସ୍ତ କାର୍ଯ୍ୟକ୍ରମ ସକୁଶଳ ସମ୍ପନ୍ନ ହୋଇଛି, ସେପରି ୨୨ ଜାନୁଆରୀର କାର୍ଯ୍ୟକ୍ରମ ମଧ୍ୟ ଐତିହାସିକ ହେବ । ଜନତା ଏବଂ ସାଧାରଣ ଜନମାନସର ସହଯୋଗ, ସନ୍ଥମାନଙ୍କ ଆଶୀର୍ବାଦ ଏବଂ ରାମଲାଲାଙ୍କ କୃପାରୁ ଏହାକୁ ସକୁଶଳ ସମ୍ପନ୍ନ କରିବାରେ ସଫଳ ହେବେ । ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର ଦିନ ଅନ୍ତରାଷ୍ଟ୍ରୀୟ ରାମକଥା ସଂଗ୍ରହାଳୟରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତା କରି କହିଛନ୍ତି ଯେ ସମାରୋହର ଦୃଷ୍ଟିରେ ଅଯୋଧ୍ୟାରେ ପ୍ରଶାସନିକ ରୂପେ ବାହାରେ କ’ଣ ବ୍ୟବସ୍ଥା ହୋଇଛି । ଏହାର ସମୀକ୍ଷା ମଧ୍ୟ କରାଯାଇଛି ।

Leave a Reply