ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି

ଅଯୋଧ୍ୟା : ରାମ ମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ମୂର୍ତ୍ତି ପ୍ରଥମ ଛବି ଆସିଛି । ଏହି ଛବିରେ ଶ୍ୟାମ ରଙ୍ଗର ପ୍ରସ୍ତରରେ ର୍ନିମିତ ରାମ ଲଲାଙ୍କ ଆଖିରେ ପଟି ବନ୍ଧା ହୋଇଥିବାର ଦେଖାଯାଉଛି, ଯାହା ପ୍ରାଣ ପ୍ରତିଷ୍ଠା ପରେ ଖୋଲିବୟ ୫୧ ଇଞ୍ଚ ଉଚ୍ଚତାର ଅଚଳ ପ୍ରତିମାକୁ ରାମମନ୍ଦିର ଗର୍ଭ ଗୃହରେ ସ୍ବର୍ଣ୍ଣ ଜଡିତ ସିଂହାସନରେ ଗୁରୁବାର ସ୍ଥାପିତ କରାଯାଇଛି । ମନ୍ଦିରରେ ଏବେ ପରବର୍ତ୍ତି ପୂଜାର୍ଚ୍ଚନା ଜାରି ରହିଛି । ତେବେ ମନ୍ଦିରର କବାଟ ଏବେ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ରାମ ଲଲାଙ୍କ ଏହି ଦିବ୍ୟ ମୂର୍ତ୍ତିକୁ କର୍ଣ୍ଣାଟକର କାରିଗର ଅଋଣ ଯୋଗୀରାଜ ର୍ନିମାଣ କରିଛନ୍ତି । ରାମ ଲାଲାଙ୍କ ଏହି ମୂର୍ତ୍ତି ବାସ୍ତବିକ ମନମୋହକ । ଜାନୁୟାରୀ ୨୨ ତାରିଖ ଦିନ ପ୍ରାଣ ପ୍ରତିଷ୍ଠା କରାଯିବ । ଏବେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶୁଭ ସଂସ୍କାର କାର୍ଯ୍ୟ କରାଯାଉଛି, ଯାହା ୧୬ ଜାନୁୟାରୀ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ଏହି ଅନୁଷ୍ଠାନ ଜାନୁୟାରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଜାନୁୟାରୀ ୨୨ରେ ମୁଖ୍ୟ ଆୟୋଜନ ହେବ । ରାମ ଲାଲାଙ୍କ ମୂର୍ତ୍ତିର ପ୍ରଥମ ଛବି ଏବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ବେଳେ ଏହା ଭାଇରାଲ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଛବିକୁ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ସେୟାର କରି “ଅଯୋଧ୍ୟା ଗର୍ଭ ଗୃହରେ ଶ୍ରୀରାମଙ୍କ ପ୍ରଥମ ଦର୍ଶନ’ ବୋଲି ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *