Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ରାମଲଲାଙ୍କ ସହିତ ଭାରତର ‘ସ୍ୱ’ ଫେରିଆସିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ରାମଲଲାଙ୍କ ସହିତ ଭାରତର ‘ସ୍ୱ’ ଫେରିଆସିଛି

ଆଜି ଅଯୋଧ୍ୟାରେ ରାମଲଲାଙ୍କ ସହିତ ଭାରତ ‘ସ୍ୱ’ ଫେରିଆସିଛି : ମୋହନ ଭାଗବତ

ଅଯୋଧ୍ୟା: ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଆରଏସଏସର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ସୋମବାର କହିଛନ୍ତି ଯେ, ଆଜି ଆନନ୍ଦର କ୍ଷଣ ଅଟେ । ଆଜି ଅଯୋଧ୍ୟାରେ ରାମଲଲାଙ୍କ ସହିତ ଭାରତର ‘ସ୍ୱ’ ଫେରିଆସିଛି । ସମ୍ପୂର୍ଣ୍ଣ ବିଶ୍ୱକୁ ଦୁଃଖରୁ ମୁକ୍ତ ଦେବା ଭଳି ନୂଆ ଭାରତ ଠିଆ ହୋଇ ରହିବ, ଏହାର ପ୍ରତୀକ ଆଜି ଅଟେ । ଏହି ଆନନ୍ଦର ବର୍ଣ୍ଣନା କେହି ନିଜ ଶବ୍ଦରେ କରିପାରିବେ ନାହିଁ । ମୋହନ ଭାଗବତ କହିଛନ୍ତି ଯେ, ଆଜି ମୁଁ ଶୁଣିଲି ପ୍ରଧାନମନ୍ତ୍ରୀ ମୋଦି କଠୋରୀ ବ୍ରତ କରିଛନ୍ତି । ଯେତେ କଠୋର କୁହାଯାଇଥଲା, ସେ ତାହାଠାରୁ ଅଧିକ କଠୋର ବ୍ରତ କରିଛନ୍ତି । ତାଙ୍କୁ ଆମେ ପ୍ରଥମରୁ ଜାଣିଛୁ, ସେ କଠୋର ବ୍ରତୀ ଅଟନ୍ତି । ସେ ଏକଟୁଆ ବ୍ରତ କରିବେ ତାହା ହେଲେ ଆମେ କଣ କରିବୁ? ରାମ ବାହାରକୁ କାହିଁକି ଯାଇଥିଲେ, ଏହାପରେ ବିଚାର କରନ୍ତୁ । ଅଯୋଧ୍ୟାରେ କୌଣସି ପ୍ରକାର କଳହ ନଥିଲା । ୧୪ ବର୍ଷ ଯାଏ ବାହାରେ ରହି ଦୁନିଆର କଳହକୁ ସମାପ୍ତ କରିବା ପରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଜି ପୁଣି ଥରେ ରାମ ଫେରିଛନ୍ତି । ଆଜି ଦିନର ଇତିହାସ ଯେଉଁମାନେ ଶୁଣିବେ ସେମାନେ ରାଷ୍ଟ୍ର କାର୍ଯ୍ୟକୁ ସମର୍ପିତ ହେବେ ଏବଂ ନିଜର କଲ୍ୟାଣ କରିବେ । ପ୍ରଧାନମନ୍ତ୍ରୀ ତପସ୍ୟା କଲେ ଏବେ ଆମେ ବି ତପ କରିବୁ ।

Leave a Reply