ଘରେ ଘରେ ପହଞ୍ଚି ଲା ଅକ୍ଷତ ଓ ନିମନ୍ତ୍ରଣ ପତ୍ର

ବଅଁରପାଳ : ଦୀର୍ଘ ୫ଶହ ବର୍ଷପରେ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାତା ହେବ । ଏହାକୁ ନେଇ ସମଗ୍ର ଦେଶରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଶ୍ରୀରାମଙ୍କ ଜନ୍ମ ଭୁମୀ ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଦେଶରେ ସମସ୍ତଙ୍କ ଘରେ ଘରେ ଯାଇ ଅଯୋଧ୍ୟାରୁ ଅକ୍ଷତ ନିମନ୍ତ୍ରଣ ପତ୍ର ଭଗବାନଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଉଛି । ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତରେ ଶ୍ରୀରାମଙ୍କ ଜନ୍ମ ଭୁମୀ ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ବିଶାଳ ପଟୁଆର ସହ ଘର ଘର ବୁଲି ନିମନ୍ତ୍ରଣ ଓ ଶ୍ରୀରାମଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଉଛି । ବଅଁରପାଳ ବ୍ଳକର ବିଭିନ୍ନ ପଞ୍ଚାୟତରେ ସବୁ ଘରକୁ ଘର ଯାଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ବଣ୍ଟନ କରାଯାଉଛି । ବୁଧବାର ଦିନ ବଅଁରପାଳ ବ୍ଳକର ବଳରାମପ୍ରସାଦ ଗ୍ରାମରେ ହଜାର ହଜାର ଶ୍ରୀରାମଙ୍କ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହୋଇ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଜାନୁଆରୀ ୨୨ ତାରିଖରେ ସମସ୍ତଙ୍କ ଘରେ ଘରେ ଦିନ ୧୧ ଟାରୁ ୧ଟା ମଧ୍ୟରେ ପୂଜା ଅର୍ଚନା କରିବା ସହ ସନ୍ଧ୍ୟାରେ ଦୀପ ଜାଳି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ । ରାମ ଭକ୍ତ ଅନିଲ କୁମାର ବେହେରା, ବେଣୁଧର ଦାସ, ସରପଞ୍ଚ ଜୟନ୍ତୀ ସାହୁ, ସୁବ୍ରତ ବେହେରା, ଗୋକୁଳ ଅମାନ୍ତ, ପପୁ ଦାସ, ବାପୁ ସିଂହ, ଗଗନ ବିହାରୀ ଅମାନ୍ତ, ସନ୍ଦିପ୍ତ ସାହୁ, ଅନିଲ କୁମାର ନାଥ, ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାମ ଭକ୍ତ, ସଂକୀର୍ତ୍ତନ ମଣ୍ଡଳୀ, ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅକ୍ଷତ ବଣ୍ଟନ କରୁଛନ୍ତି ।

Leave a Reply

Your email address will not be published. Required fields are marked *