Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
odia news - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

odia news

ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ । ଦେଶରେ ଏହି ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୩.୯ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ତେଜିଛି ରାଜନୀତି । କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡିକୁ ଘେରିଛନ୍ତି । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ । ଦେଶରେ ବେକାରି ସମସ୍ୟାକୁ ନେଇ ବଡ ବିତର୍କ ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା ମଧ୍ୟ କରି ଆସୁଛନ୍ତି ବିରୋଧୀ । ଏସବୁ ଭିତରେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ରାମେଶ୍ୱର ତେଲି ସଂସଦରେ ଦେଶର ଓ ରାଜ୍ୟଗୁଡିକର ବେକାରି ହାର ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି । କରୋନା ମହାମାରୀ ପରେ ଦେଶରେ ବେକାରି ହାର ହ୍ରାସ ପାଉଥିବା ଏହି ତଥ୍ୟରୁ ଜଣାପଡୁଛି ।୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ବେକାରି ହାର ୧ ପ୍ରତିଶତ ହ୍ରାସ ପାଇଛି । ୨୦୨୦- ୨୧ରେ ବେକାରି ହାର ୪.୨ ପ୍ରତିଶତ ରହିଥିବା ବେଳେ ବର୍ଷକ ପରେ ତାହା ୦ ଦଶମିକ ୧ ପ୍ରତିଶତ ହ୍ରାସ ପାଇଥିଲା । ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨ ପ୍ରତିଶତରେ ପହଁଚିଛି ।ଦେଶର ବେକାରି ହାର୨୦୨୦-୨୧ ୪.୨ ପ୍ରତିଶତ୨୦୨୧-୨୨ ୪.୧ ପ୍ରତିଶତ୨୦୨୨-୨୩ ୩.୨ ପ୍ରତିଶତତେବେ ବଡ କଥା ହେଉଛି, ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ ବୋଲି ପିଏଲଏଫ୍ ବା ପିରିୟଡିକ ଲେବର ଫୋର୍ସ ସର୍ଭେରୁ ଜଣାପଡିଛି । ଦେଶରେ ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ୩.୯ ପ୍ରତିଶତ ରହିଛି ବେକାରି ହାର । ୩ ବର୍ଷର ତଥ୍ୟ ରେ ୨୦୨୦-୨୧ରେ ଓଡ଼ିଶାର ବେକାରି ହାର ୫.୩ ପ୍ରତିଶତ ରହିଥିଲା, ୨୦୨୧-୨୨ରେ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇଥିଲା । ତେବେ ୨୦୨୨- ୨୩ରେ ଏହା ହ୍ରାସ ପାଇ ୩.୯ ପ୍ରତିଶତରେ ପହଁଚିଛି ।କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡ଼ିଶାର ବେକାରି ହାର କମିଥିଲେ ବି ଜାତୀୟ ହାର ତୁଳନାରେ ଅଧିକ ରହିଛି । ପୂର୍ବରୁ ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନିମି ବା ସିଏମଆଇଇ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଓଡ଼ିଶାର ବେକାରି ହାର ଦେଶରେ ସବୁଠୁ କମ । ୨୦୨୨ ଡିସେମ୍ବର ମାସରେ ୧ ପ୍ରତିଶତ ତଳେ ରହିଥିଲା ଓଡିଶାର ବେକାରି ହାର । ଓଡିଶାରେ ବେକାରି ତଥ୍ୟକୁ ନେଇ ତେଜିଛି ରାଜନୀତି । ବିଜେପି କହିଛି ନିଯୁକ୍ତି ନେଇ ଯୁବକମାନଙ୍କୁ ପ୍ରତାରଣା କରାଯାଇଛି । କଂଗ୍ରେସର ଅଭିଯୋଗ, ରାଜ୍ୟରେ ବେକାରୀ କମିନାହିଁ । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗା. ଅନ୍ୟ ରାଜ୍ୟ ତୁଳନାରେ ଆଗରେ – ୨୦୨୨- ୨୩ରେ ଅଧିକ ବେକାରି ହାର ଥିବା ରାଜ୍ୟ ଭିତରେ କେରଳର ବେକାରି ହାର ୭ ପ୍ରତିଶତ, ପଂଜାବ ଓ ହରିଆନାରେ ବେକାରି ହାର ୬.୧ ପ୍ରତିଶତ ରହିଛି ।

Leave a Reply