Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଲାମ ଦ୍ୱୀପରୁ ଅଗ୍ନି-୧ର ସଫଳ ପରୀକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଲାମ ଦ୍ୱୀପରୁ ଅଗ୍ନି-୧ର ସଫଳ ପରୀକ୍ଷଣ

ବାଲେଶ୍ୱର: ଗୁରୁବାର ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କଲାମ ଦ୍ୱୀପରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୭୦୦ କିଲୋମିଟରରେ ଥିବା ଲକ୍ଷ୍ୟଭେଦ କରିବା ସହ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଭାବେ ସବୁ ବିଭାଗ କାମ କରିଥିବା ଏହି ବ୍ୟାବହାରିକ ପରୀକ୍ଷାରୁ ଜଣାପଡ଼ିଥିଲା । ଅଗ୍ନି-୧ ସ୍ଥଳସେନାର ଷ୍ଟ୍ରାଟେଜିକ ଫୋର୍ସ ଦ୍ୱାରା ୨୦୦୭ରୁ ବ୍ୟବହାର ହୋଇ ଆସୁଛି । ଅଗ୍ନି-୧ କ୍ଷେପଣାସ୍ତ୍ରର ଲମ୍ବ ୧୫ ମିଟର ହୋଇଥିବା ବେଳେ ମୋଟେଇ ୧ ମିଟର ରହିଛି । ଏହାର ଓଜନ ୧୨୦୦୦ କିଲୋଗ୍ରାମ । ୧୦୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ବିସ୍ଫୋଟକ ନେଇ ଏହା ୭୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ।

Leave a Reply