Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ଚାଲଣ ଅଭିଯୋଗରେ ଜଣେ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ଚାଲଣ ଅଭିଯୋଗରେ ଜଣେ ଗିରଫ

ନିମାପଡ଼ା: ନିମାପଡ଼ା କଳାପାଞ୍ଚଣ ପଞ୍ଚାୟତ ଅଞ୍ଚଳରେ ଗୋଚାଲାଣ ଓ ଗୋମାଂସ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ନୀତି ଦିନିଆ କାର୍ଯ୍ୟରେ ପରିଣତ ହୋଇଛି । ଗତ ମଙ୍ଗଳବାର ରାତ୍ରରେ ଚାରିଛକ ଥାନା ପୋଲିସ ଚଢ଼ଉ କରି ବସ୍ତି ଭିତରେ ବନ୍ଧା ହୋଇଥିବା ୩୪ଟି ବାଛୁରୀକୁ ପୋଲିସ ଉଦ୍ଧାର କରିଥିବା ବେଳେ ଗୋଚାଲାଣରେ ସଂପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଚାରିଛକ ଥାନା କଳାପାଞ୍ଚଣ ବସ୍ତିର ଶେଖ୍ ବାସିର୍ (ଶେଖ୍ ଟୁକୁ) ବିଭିନ୍ନ ଅଞ୍ଚଳରୁ ବାଛୁରୀ ମାନଙ୍କୁ ଆଣି ବେଆଇନ୍ ଭାବେ ଗୋମାଂସ ଚାଲଣ କରୁଥିଲା । ୩୪ଟି ବାଛୁରୀ ବାନ୍ଧି ସେମାନଙ୍କୁ ମାରି ମାଂସ ଚାଲଣ କରିବା ଉଦ୍ଦେଶ୍ୟରେ ରଖିଥିବା ଖବର ପାଇ ଚାରିଛକ ଥାନାଧିକାରିଣୀ ମମତା ବିଶ୍ୱାଳ ସଦଳବଳେ ରାତ୍ର ସମୟରେ ଚଢ଼ଉ କରି ବାଛୁରୀ ମାନଙ୍କୁ ଉଦ୍ଧାର କରିବା ସହ ଶେଖ୍ ବାସିର୍‌କୁ ଗିରଫ କରିଛନ୍ତି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମୁର ପରେ ଅଭିଯୁକ୍ତ ବିଚାର ବିଭାଗୀୟକୁ ଯାଇଛି । ଚାରିଛକ ଥାନା ପୋଲିସ ନିଜ ପକ୍ଷରୁ ମାମଲା ରୁଜୁ କରିଛି । ଗୁରୁତର ଦଫାରେ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଥିବା ବେଳେ ପୋଲିସର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ସାଧୁବାଦ ଦିଆଯାଇଛି । ସେହିପରି କୁସୁମାଠେଙ୍ଗ ବସ୍ତିରୁ ପ୍ରତ୍ୟେକ ଦିନ ଗୋମାଂସ ଓ ଗୋରୁ ଚାଲଣ ହେଉଥିବା ବେଳେ ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

Leave a Reply