Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲିଭ୍‌-ଇନ୍ ରିଲେସନସିପ୍ ଏକ ମାରାତ୍ମକ ରୋଗ: ବିଜେପି ସାଂସଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲିଭ୍‌-ଇନ୍ ରିଲେସନସିପ୍ ଏକ ମାରାତ୍ମକ ରୋଗ: ବିଜେପି ସାଂସଦ

ନୂଆଦିଲ୍ଲ : ଲିଭ୍‌-ଇନ୍ ରିଲେସନଶିପକୁ ଏକ କ୍ଷତିକାରକ ରୋଗ ବୋଲି କହିଛନ୍ତି ବିଜେପି ସାଂସଦ ଧରମବୀର ସିଂ । ଏହାସହ ଏହା ବିରୋଧରେ ଏକ ଆଇନ ଆଣିବା ପାଇଁ ସେ ସଂସଦରେ ଦାବି କରିଛନ୍ତି । ହରିୟାଣାର ଭିବାନୀ-ମହେନ୍ଦ୍ରଗଡ଼ରୁ ସାଂସଦ ଧରମବୀର ସିଂ କହିଛନ୍ତି ଯେ ଲିଭ୍‌ଇନ୍‌-ରିଲେସନଶିପ ପରି ରୋଗକୁ ସମାଜରୁ ଉପାଡ଼ି ଫଙ୍ଗିବା ଦରକାର । ଏହା ବିରୋଧରେ ଆଇନ ଆଣିବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଲୋକସଭାର ଶୂନ୍ୟକାଳରେ ଏହି ମାମଲା ଉଠାଇ ଲିଭ୍‌-ଇନ୍ ରିଲେସନସିପ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ କହିଛନ୍ତି ଯେ ପ୍ରେମ ବିବାହରେ ବିଚ୍ଛେଦ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି । ଏଥିପାଇଁ ବିବାହ ପରି ମାମଲାରେ ପୁଅ ଓ ଝିଅଙ୍କ ମାଆ-ବାପାଙ୍କ ମଞ୍ଜୁରୀ ରହିବା ଦରକାର ୟସାଂସଦ କହିଛନ୍ତି, \”ମୁଁ ସଂସଦ ଓ ସରକାରଙ୍କ ସାମନାରେ ଏକ ଗମ୍ଭୀର ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଭାରତର ସଂସ୍କୃତି ବସୁଧୈବ କୁଟୁମ୍‌ୱକମ୍ ପାଇଁ ବିଶ୍ୱରେ ପରିଚିତ । ଆମ ସାମାଜିକ ଚଳନି ଦୁନିଆର ଅନ୍ୟ ଦେଶଠାରୁ ଭିତ୍ତ ରହିଛି । ସାରା ଦୁନିଆ ହିଁ ଆମ ବିବିଧତାରେ ଏକତା ସଂସ୍କୃତିରେ ପ୍ରଭାବିତ । ସେ କହିଛନ୍ତି ଯେ ଭାରତରେ ବାପା-ମାଆଙ୍କ ସମ୍ମତି ଓ ସମ୍ପର୍କୀୟଙ୍କ ସହମତିରେ ବିବାହକୁ ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଯେ ବିବାହରେ ପୁଅ ଓ ଝିଅଙ୍କ ସହମତି ବ୍ୟତୀତ ପରିବାରର ସହମତି ମଧ୍ୟ ରହିଥାଏ । ଏହା ବ୍ୟତୀତ ଅନେକ ଦିଗକୁ ମଧ୍ୟ ନଜରରେ ରଖାଯାଇଥାଏ\’ ପାରିବାରିକ ପୃଷ୍ଠଭୂମି, ସାମାଜିକ ମୂଲ୍ୟବୋଧକୁ ଧ୍ୟାନରେ ରଖି ଲୋକ ବିବାହ କରିଥାନ୍ତି । ସେ କହିଛନ୍ତି ଯେ ବିବାହ ପରି ପବିତ୍ର ବନ୍ଧନର ପବିତ୍ରତା ବଜାୟ ରହିବା ଦରକାର । ସାଂସଦ ଧରମବୀର କହିଛନ୍ତି, \”ବିବାହ ଏକ ପବିତ୍ର ସମ୍ପର୍କ, ଯାହା ୭ ପିଢି ଯାଏ ଚାଲିଥାଏ । ଭାରତରେ ଛାଡପତ୍ର ମାତ୍ର ୧.୧ ପ୍ରତିଶତ, ଅନ୍ୟପଟେ ଆମେରିକାରେ ଏହା ୪୦ ପ୍ରତିଶତ । ଆରେଞ୍ଜ ମ୍ୟାରେଜରେ ଛାଡପତ୍ର ମାମଲା କମ ହୋଇଥାଏ । ତେବେ ଦେଶରେ ବିଗତ କିଛି ସମୟରେ ଛାଡପତ୍ର ମାମଲା ବଢିବାରେ ଲାଗିଛି । ଏହାର କାରଣ ପ୍ରେମ ବିବାହରେ ସମ୍ପର୍କ ଅଧିକ ଭାଙ୍ଗୁଛି\’ । ସାଂସଦ କହିଛନ୍ତି ଯେ ମୋ ମତରେ ଲଭ୍ ମ୍ୟାରେଜରେ ବି ମାଆ-ବାପାଙ୍କ ମଞ୍ଜୁରୀ ବାଧ୍ୟତାମୂଳକ ହେବା ଦରକାର । ଏହାରି ଭିତରେ ଆଉ ଏକ ରୋଗ ଆରମ୍ଭ ହୋଇଛି, ଯାହାକୁ ଲିଭ୍‌-ଇନ୍ ରିଲେସନଶିପ କୁହାଯାଉଛି । ଏଥିରେ ଦୁଇ ଜଣ ବିନା ବିବାହରେ ବି ଏକାସଙ୍ଗରେ ରହୁଛନ୍ତି । ବିଜେପି ସାଂସଦ ନିଜ ବୟାନରେ ଶ୍ରଦ୍ଧା ହତ୍ୟା ମାମଲା ମଧ୍ୟ ଉଲ୍ଲେଖ କରିଛନ୍ତି ।

Leave a Reply