Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଂକୁଳ କ୍ରୀଡା ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଂକୁଳ କ୍ରୀଡା ଉତ୍ସବ

ଛତ୍ରପୁର : ସ୍ଥାନୀୟ ଅନ୍ ସ୍ଳୋ ମିନି ଷ୍ଟାଡିୟମ ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛତ୍ରପୁର ସଂକୁଳର (ଗୋପାଳପୁର, ଭଞ୍ଜବିହାର, ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର, ରମ୍ଭା) ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ଯୋଗ ଶିକ୍ଷକ ଲିପକ୍ କୁମାର ସାହୁ ଯୋଗଦେଇ ଦୈନନ୍ଦିନ ଜୀବନ ରେ ଶାରୀରିକ ଓ ଯୋଗ ର ଆବଶ୍ୟକତା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ଉକ୍ତ କ୍ରୀଡାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଶିଶୁମାନଙ୍କ ଶାରୀରିକ ବିକାଶ ତଥା ଶୃଙ୍ଖଳିତ ଜୀବନ ଯାପନ ପାଇଁ ସରସ୍ୱତୀ ଶିଶୁମନ୍ଦିର ମାନଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ରୂପେ ଅନ୍ ସ୍ଲୋ ସରକରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷିକା ସୁଚିସ୍ମିତା ପାଣିଗ୍ରାହୀ ଯୋଗ ଦେଇ ଶିକ୍ଷା ସହିତ କ୍ରୀଡାରେ ନିଜ ଦକ୍ଷତାର ବିକାଶ ନିମନ୍ତେ ଶିଶୁମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ସଂକୁଳ ପ୍ରମୁଖ ଡ଼ଃ ଜେ କୁର୍ମା ରାଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଭାପତି ଉପେନ୍ଦ୍ର ମହାନ୍ତି,ସମ୍ପାଦକ ପଦ୍ମଚରଣ ସାହୁ, ଉପସଭାପତି ଗୀତା ପାଢି ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍‌ଯ ତଥା ସଂକୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂକୁଳ ଛଅଟି ବିଦ୍ୟାଳୟର ମୋଟ ୨୪୫ ଜଣ ଶିଶୁ ଯୋଗ ଦେଇ ନିଜର ଶାରୀରିକ ଦକ୍ଷତାର ପ୍ରଦର୍ଶନ କରିଥିଲେ । ଶେଷ ରେ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂକୁଳ ଶାରୀରିକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

Leave a Reply