Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର

ଗାଜର ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । କିନ୍ତୁ ଏହାଠାରୁ ବହୁତ ଲାଭଦାୟକ ଅଟେ ଗାଜର ଜୁସ୍ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଗାଜର ଜୁସରେ ଅଧିକ ପରିମାଣର ଭିଟାମିନ୍ ଏ ଥାଏ । ଏହା ଦୃଷ୍ଟି ଶକ୍ତି ବଢାଇବାରେ ବେଶ୍ ସହାୟକ ହୋଇଥାଏ । ଗାଜର ରସ ଆଖି ପାଇଁ ବହୁତ ଭଲ । ଗାଜର ରସରେ ଅଧିକ ପରିମାଣର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଏହି ଜୁସ୍ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହି ରସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି । ଗାଜର ଜୁସ୍ ପିଇବା ଦ୍ୱାରା ସୁଗର ଲେବଲ୍ ପରିଚାଳନା କରିବାରେ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ ଅଧିକ ପରିମାଣର ଭିଟାମିନ୍ ସି ଥାଏ । ଏହି ଜୁସ୍ ପିଇଲେ ସ୍କିନ୍କୁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ । ଏହି ଜୁସ୍‌ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର । ଏହା ଲିଭର୍ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଗାଜର ଜୁସ୍ରେ ଅଧିକ ପରିମାଣର ପୋଟାସିୟମ୍ ଥାଏ । ଏହାକୁ ପିଇବା ଦ୍ୱାରା ରକ୍ତଚାପର ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହା ହୃଦରୋଗକୁ ଦୂରେଇ ରଖିବାରେ ମଧ୍‌ଯ ବେଶ୍ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ କର୍କଟ ବିରୋଧୀ ଗୁଣ ରହିଛି । ଏକ ଅଧ୍ୟୟନ ଅନୁଯାୟୀ, ଏହି ରସ ପିଇବା ଦ୍ୱାରା କର୍କଟ ରୋଗରୁ ରକ୍ଷା ମିଳିଥାଏ ।

Leave a Reply