Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମ ମନ୍ଦିର ସ୍ଥାପନା ରଥ ଗୋବିନ୍ଦ ଗୋଧାମରେ ପହଁଚିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମ ମନ୍ଦିର ସ୍ଥାପନା ରଥ ଗୋବିନ୍ଦ ଗୋଧାମରେ ପହଁଚିଲା

ପୁରୀ – ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କର ଅଯୋଧ୍ୟାରେ ଭବ୍ୟ ମନ୍ଦିର ଜାନୁୟାରୀ ୨୨ ତାରିଖରେ ସ୍ଥାପନା ହେବା ସହିତ ପୂଜାର୍ଚ୍ଚନା କରାଯିବ । ଏହି ଭବ୍ୟ ଉତ୍ସବ କୁ ଦେଶ ବିଦେଶର ସନାତନୀ ହିନ୍ଦୁ ଧର୍ମ ସହିତ ଅନ୍ୟ ଧର୍ମର ଶ୍ରଦ୍ଧାଳୁଙ୍କ ପାଖରେ ଏହି ସନ୍ଦେଶ ପହଂଚାଇବା ନିମନ୍ତେ ତୁଳସୀ ପୀଠଧୀଶ୍ୱର ପଦ୍ମ ବିଭୂଷଣ ଜଗତଗୁରୁ ରମାନନ୍ଦାଚାର୍ଯ୍ୟ ସ୍ୱାମୀ ଶ୍ରୀରାମ ଭଦ୍ରାଚାର୍ଯ୍ୟଜୀ ମହାରାଜଙ୍କ ମାର୍ଗ ଦର୍ଶନରେ ରାଜସ୍ଥାନ ବିକାନିର ରୁ ୨୫ ନଭେମ୍ବର ରୁ ବାହାରିଥିବା ଶ୍ରୀରାମ ରଥ ଶୁକ୍ରବାର ପୁରୀ ଠାରେ ପହଁଚିଛି । ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସଂଚାଳିତ ପୁରୀ ବ୍ରହ୍ମଗିରି ଆଳିପଡ଼ା ଠାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ରଥରେ ଆସିଥିବା ସାଧୁ ସନ୍ଥ ମାନେ ପହଂଚିବା କ୍ଷଣି ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରତି ବର୍ଷ ଭଳି ଗୋବିନ୍ଦ ଗୋଧାମ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଶୁଭାରମ୍ଭ କରାଯାଇଥିଲା । ବ୍ୟାସ ପୀଠରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ନିଜେ ବସି ରାମଚରିତ ମାନସ ପାଠ କରିଥିଲେ । ପୁରୀରେ ପହଂଚିଥିବା ରଥ ୧୩ ଜାନୁଆରୀ ରେ ଅଯୋଧ୍ୟା ରେ ପହଂଚିବ । ଏହି ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ୧୩ ଜାନୁଆରୀ ପର୍ଯ୍ୟନ୍ତ ଚଲିବ । ଏହି ଉତ୍ସବରେ ହରିଦ୍ୱାରର ବୈଷ୍ଣବ ଦାସଜୀ ମହାରାଜ, ହିମାଂଚଳ ରୁ ରାଘବେନ୍ଦ୍ର ଦାସଜୀ ମହାରାଜ,ହାଇଦ୍ରାବାଦ ରୁ ରମେଶ କୁମାର ଫୁଫାଳୀୟା, ହନୁମାନ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତିଳକ ଦୁବେ,ଓଡିଶା ସୁରକ୍ଷା ସେନାର ରାଜ୍ୟ ସଭାପତି ଅଭିଷେକ ଯୋଶୀ, ଟ୍ରଷ୍ଟର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଦତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply