Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉଦ୍‌ଯାପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉଦ୍‌ଯାପିତ

କେନ୍ଦ୍ରାପଡ଼ା – ଚଳିତ ଶିକ୍ଷାବର୍ଷ ପାଇଁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରମୋଦ କୁମାର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପଣ୍ଡିତ ବିଜୟ କୁମାର ମିଶ୍ର ମୁଖ୍ୟଅତିଥି ଓ ଧରଣୀଧର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମ୍ପାଦକ ରାଜଗୋପାଳ ମହାନ୍ତି କ୍ରୀଡାର ମହତ୍ୱ ସମ୍ପର୍କରେ କହିଥିଲେ । କ୍ରୀଡା ଶିକ୍ଷକ ପ୍ରିତିରଞ୍ଜନ ବିଶ୍ୱାଳ କାର୍ଯୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଦିପ କୁମାର ବେହୁରା ସହଯୋଗ କରିଥିଲେ । ପ୍ରଜ୍ଜ୍ୱଳିତ ମଶାଲ ସହ ଅତିଥିମାନେ ପଡିଆ ପରିକ୍ରମା କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କର ସହଯୋଗରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ବିଭୁତିରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply