Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ଶିଶୁମନ୍ଦିରରେ ମୁଢ଼ି ମୁଆଁ ପ୍ରସ୍ତୁତି କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ଶିଶୁମନ୍ଦିରରେ ମୁଢ଼ି ମୁଆଁ ପ୍ରସ୍ତୁତି କାର୍ଯ୍ୟକ୍ରମ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନାତ୍ମକ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁବାଟିକା ବିଭାଗ ପକ୍ଷରୁ ମୁଢ଼ି ମୁଆଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ବିଭାଗର ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ବସନ୍ତମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁମାନଙ୍କୁ ପାରମ୍ପରିକ ଢଙ୍ଗରେ ମୁଢିମୁଆଁର ପ୍ରସ୍ତୁତି ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । ଅତ୍ୟାଧୁନିକ ଖାଦ୍ୟଶୈଳୀ ସହ ପରିଚିତ ହୋଇସାରିଥିବା ଶିଶୁମାନେ ପ୍ରାଚୀନ ପାରମ୍ପରିକ ଖାଦ୍ୟଶୈଳୀରୁ ଦୂରେଇ ଯାଉଥିବା ବେଳେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଆମ ପରମ୍ପରାଗତ ଖାଦ୍ୟର ସ୍ୱାଦ ଓ ପ୍ରସ୍ତୁତି ସମ୍ପର୍କରେ ଜଣାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ମତବ୍ୟକ୍ତ କରିଥିଲେ । ଶେଷରେ ସମସ୍ତ ଶିଶୁ ଛାତ୍ରଛାତ୍ରୀମାନଙ୍କୁ ମୁଢିମୁଆଁ ପରିବେଷଣ କରାଯାଇଥିଲା । ଶିଶୁବାଟିକା ପ୍ରମୁଖ ସରସ୍ୱତୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ଅର୍ଚ୍ଚନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟା କଳ୍ପନା ସାହୁ,ରଞ୍ଜୁବାଳା ସାହୁ,ହିମାଂଶୁ ଦାସ,ସଞ୍ଜୟ ବାରିକ,କୁମୁଦ ସାହୁ,ରୀତା ଭୂତିଆ,ପୁଷ୍ପାରାଣୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply