Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୨ ମସିହାରେ ସଡକ ଦୁର୍ଘଟଣାରେ ରାଜ୍ୟରେ ଯାଇଛି ୫ ହଜାର ଜୀବନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୨ ମସିହାରେ ସଡକ ଦୁର୍ଘଟଣାରେ ରାଜ୍ୟରେ ଯାଇଛି ୫ ହଜାର ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ । ପାଞ୍ଚ ବର୍ଷରରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା । ୨୦୨୨ରେ ଯାଇଛି ୫ ହଜାର୪୬୭ ଜଣଙ୍କ ଜୀବନ । ସେହିପରି ୧୧,୬୬୩ ଦୁର୍ଘଟଣାରେ ଆହତହୋଇଛନ୍ତି ୧୦,୩୦୨ ଜଣ । ସେହିପରି ଗତ ପାଞ୍ଚ ବର୍ଷରେ ମୋଟ୫୪,୭୯୦ଟି ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୨୫,୯୩୪ ଜଣଙ୍କଜୀବନ ଯାଇଛି । ଆଉ ଆହତ ହୋଇଛନ୍ତି ୫୧, ୮୭୩ ଜଣ । ଅନ୍ୟପଟେସଡ଼କ ସଚେତନତା ବାବଦକୁ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କାଖର୍ଚ୍ଚ କରିଛନ୍ତି ସରକା ।ର୍ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ । ସେହିପରି ବିଧାୟକନବ ଚରଣ ମାଝୀ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ କେତୋଟି ଗ୍ରାମରେମୋବାଇଲ ସେବା ନାହିଁ । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଓଡିଶାରେ ୬୭୯୯ ଗ୍ରାମରେ ମୋବାଇଲ୍ ସେବା,ଟେଲିକମ୍ ସେବା ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ । କେନ୍ଦ୍ର ସରକରଙ୍କୟୁଏସଓଏଫ ପରିସରଭୁକ୍ତ ଥିବା ୩ ଗୋଟି ମୋବାଇଲ୍ ସେବାପାଇଁ ମୋଟ ୩୬୭୩ଟି ସ୍ଥାନରେ ମୋବାଇଲ୍ ଟାୱାର ପ୍ରତିଷ୍ଠାପାଇଁ ସରକାରୀ ଜମି ବିନା ମୂଲ୍ୟରେ ଆବଣ୍ଟନ କରାଯାଇଛି ।ଆଗାମୀ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମରେ ମୋବାଇଲସେବା ଉପଲବ୍ଧ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave a Reply