ବଲାଙ୍ଗିର: ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଂହା (କଣ୍ଟାପାଲି) ସ୍ଥିତ କପିଳେଶ୍ୱର ଶିବ ମନ୍ଦିର ଅବହେଳିତ ଅବସ୍ଥାରେ ପଡି ରହିଛି । ୪୦୦ ବର୍ଷ ପୁରୁଣା ଏହି ମନ୍ଦିରକୁ କାହାରି ନିଘା ନାହଁ, ମନ୍ଦିରକୁ ଯିବାକୁ ଭଲ ରାସ୍ତା ଟିଏ ନାହଁ କି ଖରା ବର୍ଷାରେ ଆଶ୍ରୟ ନେବାକୁ ଶ୍ରଦ୍ଧାଳୁଙ୍କ ପାଇଁ ଘର ଖଣ୍ଡିଏ ନାହିଁ । ଷ୍ଟ୍ରିଟ ଲାଇଟ, ପାନୀୟ ଜଳର ମଧ୍ୟ ବନ୍ଦୋବସ୍ତ ନାହଁ, ଯଦ୍ୱାରା କି ମନ୍ଦିରରେ ବାହାଘର କି ବ୍ରତ ଘର ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି ଲୋକେ । ପୁଣି ପାଚେରୀ ନଥିବାରୁ ଗାଈଗୋରୁ ଛେଳି ମେଣ୍ଢା କୁକୁର ଇତ୍ୟାଦିଙ୍କର ଅବାଧ ପ୍ରବେଶ ଘଟିଥାଏ । ସାଲେଭଟା କୁଟାସିଂହା ମୁଖ୍ୟରାସ୍ତାରୁ ପାଞ୍ଚ ଶହ ମିଟର ଭିତରକୁ ମନ୍ଦିର ରହିଥିବାରୁ ଲୋକଙ୍କ ଅବଗତି ନିମନ୍ତେ ସାଇନବୋର୍ଡଟିଏ ମଧ୍ୟ ଲାଗିନାହଁ, ଭୋଟ ସମୟ ଆସିଲେ ପଞ୍ଚାୟତ ସ୍ତରରୁ ଉପର ମହଲା ନେତାଙ୍କ ଅନେକ ପ୍ରତିଶ୍ରୁତି ମିଳେ କିନ୍ତୁ ଭୋଟ ସରିଗଲେ ସମସ୍ତେ ଭୁଲି ଯାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ, ଏହି ଶୈବ ପୀଠରେ ଅନେକ ସମସ୍ୟା ରହିଛି ପ୍ରଶାସନ ଟିକିଏ ଦୃଷ୍ଟି ଦେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମନ୍ଦିର ପୂଜକ ।