Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲଶ୍କର-ଇ-ତୋଇବାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ଇସ୍ରାଏଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଶ୍କର-ଇ-ତୋଇବାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ଇସ୍ରାଏଲ

ନୂଆଦିଲ୍ଲୀ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ତମ ବାର୍ଷିକୀକୁ ମାତ୍ର ଅଳ୍ପ ଦିନ ଥିବାବେଳେ ଇସ୍ରାଏଲ୍ ସରକାର ଲଶ୍କରଏ-ତୋଇବା (ଏଲଇଟି) କୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛନ୍ତି । ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସ୍ମୃତିଚାରଣର ୧୫ ତମ ବର୍ଷକୁ ସ୍ମରଣୀୟ କରିବା ପାଇଁ ଇସ୍ରାଏଲ୍ ରାଜ୍ୟ ଲଶ୍କର-ଇତୋଇବାକୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛି । ଏହା ସହିତ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଏପରି କରିବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇ ନଥିଲା । ତେବେ ନିୟମ ଅନୁଯାୟୀ ଏହି କାର୍ଯ୍ୟ କରିବା ପୂର୍ବରୁ ଇସ୍ରାଏଲ ପକ୍ଷରୁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି ।

Leave a Reply