Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାନ୍ଧୀ ପରିବାରକୁ ଇଡିର ଝଟକା ସିଜ୍ ହେଲା ରାହୁଲ ଏବଂ ସୋନିଆଙ୍କ ସହ ଜଡ଼ିତ ୭୫୨ କୋଟିର ସମ୍ପତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାନ୍ଧୀ ପରିବାରକୁ ଇଡିର ଝଟକା ସିଜ୍ ହେଲା ରାହୁଲ ଏବଂ ସୋନିଆଙ୍କ ସହ ଜଡ଼ିତ ୭୫୨ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଜି ଏହି ମାମଲାରେ ଇଡି କମ୍ପାନୀ ସହ ଜଡ଼ିତ ୭୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଦିଲ୍ଲୀରେ ଥିବା ନ୍ୟାଶନାଲ ହେରାଲ୍ଡ ଘର, ଲକ୍ଷ୍ନୌରେ ଥିବା ନେହରୁ ଭବନ ଓ ମୁମ୍ବାଇର ଥିବା ନ୍ୟାଶନାଲ ହେରାଲ୍ଡ ଘର ଜବତ ହୋଇଥିବା ତାଲିକାରେ ରହିଛି । ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍ । ଏହା ଏବେ ‘ୟଙ୍ଗ ଇଣ୍ଡିଆ\’ ଅଧୀନରେ ରହିଛି । ଏହି ୟଙ୍ଗ ଇଣ୍ଡିଆରେ କଂଗ୍ରେସର ରାହୁଲ ଗାନ୍ଧି, ମା’ ସୋନିଆ ଗାନ୍ଧି ଓ ଓସ୍କାର ଫର୍ଣ୍ଣାଡିଜ୍‌ଙ୍କ ମେଜରିଟି ଶେୟାର ରହିଛି । ସରକାରଙ୍କ ଠାରୁ ଲିଜ୍ ନେଇ ଏଜେଏଲ୍ ଏଠି ନ୍ୟାଶନାଲ୍ ହେରାଲ୍ଡ ଅଫିସ ଚଳାଇଥିଲା । ତେବେ ନ୍ୟାଶନାଲ ହେରାଲ୍ଡ ବିରୋଧରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିଲେ । ଏହି ମାମଲା ଆଧାରରେ ଇଡି ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୪ରୁ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତର ପ୍ରାୟ ୯ ବର୍ଷ ପରେ ଏଜେଏଲ୍ ଓ ଏବେ ‘ୟଙ୍ଗ ଇଣ୍ଡିଆ\’ ସହ ଜଡ଼ିତ ୭୫୨ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ପ୍ରତିଷ୍ଠିତ ନ୍ୟାଶନାଲ ହେରାଲ୍ଡ ଖବରକାଗଜକୁ ୟଙ୍ଗ ଇଣ୍ଡିଆର ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ପରିଚାଳିତ କରୁଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ୟଙ୍ଗ ଇଣ୍ଡିଆନ ଲିଃ ଏହାକୁ ଅଧିକୃତ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ୟଙ୍ଗ ଇଣ୍ଡିଆନ ପକ୍ଷରୁ ଇଔଖର ୮୦୦ କୋଟିରୁ ଅଧିକ ଟଙ୍କା ସମ୍ପତ୍ତି ହଡ଼କ କରାଯାଇଛି । ୟଙ୍ଗ ଇଣ୍ଡିଆର ଶେଆର ହୋଲ୍ଡର ଭାବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ରହିଥିଲେ । ତେଣୁ ସେମାନଙ୍କୁ ମଧ୍ୟ ଏହି ସମ୍ପତ୍ତି ଉପରେ ଟିକସ ଦେବାର ଆବଶ୍ୟକତା ରହିଛି ।

Leave a Reply