Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲେମ୍ବୁ ପାଣି ପିଉଥିଲେ ସାବଧାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲେମ୍ବୁ ପାଣି ପିଉଥିଲେ ସାବଧାନ

ସାଧାରଣତଃ ଲେମ୍ବୁ ପାଣି ପିଇବା ଅଧିକାଂଶଙ୍କୁ ଭଲ ଲାଗେ । ସ୍ୱାସ୍ଥ୍ୟ ପାଇଁ ଏହା କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ । ସକାଳୁ ଉଠି ଗରମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ । ଏହା ଆମକୁ ଫିଟ୍ ରଖିବାରେ ସହାୟତା କରେ । ଏଥିସହ ଲେମ୍ବୁ ଖାଦ୍ୟ ହଜମ କରିବାରେ ସହାୟତା କରେ । ଯଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଇଥାଏ । ଏତେ ସବୁ ଲାଭ ଥିବା ସତ୍ତ୍ୱେ ବି ଲେମ୍ବୁପାଣି ଆମ ପାଇଁ ବିପଦ ହୋଇପାରେ । ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର କ୍ଷତିକାରକ ହୋଇଥାଏ । ଲେମ୍ବୁ ପାଣିକୁ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ଏହା ଆମ ଶରୀରକୁ ଲାଭ ପହଞ୍ଚାଇବା ବଦଳରେ କ୍ଷତି ପହଞ୍ଚାଇଥାଏ । – ଲେମ୍ବୁ ହେଉଛି ଭିଟାମିନ୍‌-ସି’ର ଗନ୍ତାଘର । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି’ ରହିଛି । ତେବେ ଲେମ୍ବୁର ଅତ୍ୟଧିକ ପ୍ରୟୋଗ ଦ୍ୱାରା ଆମ ଶରୀରରେ ନ୍ୟୁଟ୍ରିଏଣ୍ଟ ସ୍ତର ବଢ଼ିଯାଏ । ଏହା ଆମକୁ କ୍ଷତି ପହଞ୍ଚାଇଥାଏ । ଏହାଦ୍ୱାରା ଅନେକ ଅଙ୍ଗ ଅକାମୀ ହୋଇଯିବା ବିପଦ ରହିଛି । ଏଥିପାଇଁ ଡାକ୍ତରମାନେ ଲେମ୍ବୁକୁ ସୀମିତ ମାତ୍ରାରେ ସେବନ କରିବାକୁ ପରାମର୍ଶ ଦେଇଥା’ନ୍ତି । ଭିଟାମିନ୍‌-ସି’ର ମାତ୍ରା ଅତ୍ୟଧିକ ବଢ଼ିବା ଦ୍ୱାରା ଆସିଡି୍‌କ ସିକ୍ରେସନ୍ ବଢ଼ିବା ଭୟ ରହିଥାଏ । ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ବାନ୍ତି, ଝାଡ଼ା ଭଳି ସମସ୍ୟା ହୋଇଥାଏ । ଏପରିକି ପେଟରେ ଯନ୍ତ୍ରଣା ମଧ୍ୟ ହୁଏ । ଯେଉଁମାନେ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସରେ ପୀଡିତ, ସେମାନେ କମ୍ ଲେମ୍ବୁ ପାଣି ପିଇବା ଉଚିତ୍ । -ଅନେକ ଥର ଲେମ୍ବୁ ଜରିଆରେ ପାଟିରୁ ଦୁର୍ଗନ୍ଧ ଏବଂ ଦାନ୍ତ ସଫା କରାଯାଏ । କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଅନ୍ତି, ତା’ହେଲେ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ପାଟିରେ ଘା’ ସୃଷ୍ଟି କରିପାରେ ।

Leave a Reply