Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୀତ ଶୁଣି ଶୋଉଥିଲେ ସାବଧାନ ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୀତ ଶୁଣି ଶୋଉଥିଲେ ସାବଧାନ !

ଏଥିରେ କୌଣସି ଦ୍ୱିମତ ନାହିଁ ଯେ, ଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏବେ ତ ମ୍ୟୁଜିକ୍ ଥେରାପି ଜରିଆରେ ରୋଗୀଙ୍କୁ ଅଲ୍‌ଟରନେଟ୍ ଟ୍ରିଟମେଣ୍ଟ୍ ଦେବାର ପ୍ରୟାସ ଚାଲିଛି । ଯେତେବେଳେ କୌଣସି ଗୀତ ମନକୁ ଛୁଇଁଯାଏ, ତାକୁ ଅନେକ ଲୋକ ଦିନରାତି ଶୁଣି ବି ବୋର୍ ହୋଇନଥାନ୍ତି । ଆଉ କିଛି ଗୀତ ଶୁଣୁ ଶୁଣୁ ଶୋଇବାକୁ ବି ପଛାନ୍ତି ନାହିଁ । କିନ୍ତୁ ଗୀତ ଶୁଣି ଶୋଇପଡ଼ିବା ପ୍ରକୃତରେ କ’ଣ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ? ନିକଟରେ ହୋଇଥିବା ଏକ ଗବେଷଣାରେ ଦାବି କରାଯାଇଛି, କାନରେ ଇୟର୍‌ଫୋନ୍ ଦେଇ ଗୀତ ଶୁଣିବା ବେଳେ ଶୋଉଥିବା ଲୋକଙ୍କ ପାଇଁ ଏ ଅଭ୍ୟାସ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । କାରଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୀତ ଶୁଣି ଶୋଇବାର ଅଭ୍ୟାସ ଦ୍ୱାରା ଶରୀରର କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ । ନିଦ୍ରାରେ ବ୍ୟାଘାତ ଘଟିଥାଏ । ଗୀତର ସାଉଣ୍ଡ୍ ସମ୍ପୂର୍ଣ୍ଣ ଶରୀର ଏବଂ ମସ୍ତିଷ୍କକୁ ଅନିୟନ୍ତ୍ରିତ କରିଦିଏ । ଯଦ୍ଦ୍ୱାରା ମଣିଷ ଆରାମରେ ଶୋଇବା ବେଳେ ଶରୀର ଯେଉଁ ଗତିବିଧି ସକ୍ରିୟ ରଖିଥାଏ, ସେଥିରେ ବାଧା ଉପୁଜିଥାଏ । ଶବ୍ଦ ଯୋଗୁ ମସ୍ତିଷ୍କ ସଠିକ୍ ଭାବେ ନିଜ କାର୍ଯ୍ୟ ତୁଲାଇପାରେ ନାହିଁ; କିମ୍ବା ଶରୀରର ଅନ୍ୟ ଅଂଶକୁ ସଠିକ୍ ଭାବେ ସମ୍ବାଦ ପ୍ରେରଣ କରିପାରେ ନାହିଁ । ଫଳରେ ୮ଘଣ୍ଟାର ନିଦ ଭିତରେ ହାର୍ଟ ବିଟ୍ ସାଧାରଣ ତୁଳନାରେ ତୀବ୍ର ହୋଇଯାଏ । ଫଳରେ ପ୍ରାଣ ଚାଲିଯିବାର ଭୟ ଅଧିକ ଥାଏ । ଶୋଇବା ସମୟରେ କାନରେ ଇୟର୍‌ଫୋନ୍ ଲାଗିବା ଦ୍ୱାରା ଚର୍ମ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଯଦ୍ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଛଡ଼ା କାନ ପରଦା ଉପରେ କୁପ୍ରଭାବ ପଡ଼ିଥାଏ ଏବଂ ଶ୍ରବଣ ଶକ୍ତି ହ୍ରାସ ପାଇଥାଏ ।

Leave a Reply