Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁଗ ଡାଲି ଇଡଲି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁଗ ଡାଲି ଇଡଲି

ଆବଶ୍ୟକ ସାମଗ୍ରୀ: ମୁଗ, ଭୃସଙ୍ଗ ପତ୍ର, ଗୋଟା ସୋରିଷ, ହେଙ୍ଗୁ, ଧନିଆ ପତ୍ର, ଗାଜର, ବିଟ୍‌, ଅଦା, କଞ୍ଚା ଲଙ୍କା, ଇନୋ, ତେଲ, ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭିଜାଇ ରଖିଥିବା ମୁଗକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ । ଏବେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେଲେ ସେଥିରେ ଭୃସଙ୍ଗ ପତ୍ର, ଗୋଟା ସୋରିଷ ଓ ହେଙ୍ଗୁ ପକାଇ ଛୁଙ୍କ କରନ୍ତୁ । ଏହି ଛୁଙ୍କକୁ ବାଟି ରଖିଥିବା ମୁଗରେ ପକାଇ ଗୋଳାଇ ଦିଅନ୍ତୁ । ତା’ସହିତ ସେଥିରେ କଟା ଧନିଆ ପତ୍ର, ଗାଜର କୋରା, ବିଟ୍ କୋରା, ଛେଚା ଅଦା, କଟା କଞ୍ଚା ଲଙ୍କା, ଅଳ୍ପ ଇନୋ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଇନୋ ପକାଇବା ଦ୍ୱାରା ଇଡଲି ନରମ ହୋଇଥାଏ । ଏହାପରେ ଇଡଲି ଛାଞ୍ଚରେ ତେଲ ମାରି ଦିଅନ୍ତୁ । ପୂର୍ବରୁ ରଖିଥିବା ମିଶ୍ରଣକୁ ଇଡଲି ଛାଞ୍ଚରେ ପକାନ୍ତୁ । ତାକୁ ଘୋଡ଼ାଇ ଗ୍ୟାସ ଆଞ୍ଚରେ ୧୫ ମିନିଟ୍ ପର୍ଯ୍ୟନ୍ତ ବସାଇ ଦିଅନ୍ତୁ । ୧୫ ମିନିଟ୍ ପରେ ଏହାକୁ ତଳକୁ ଓହ୍ଲାଇ ଦେଇ ଟିକେ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ । ଇଡଲି ଗୁଡ଼ିକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଏହାକୁ ଆପଣଙ୍କ ବିଭିନ୍ନ ପ୍ରକାର ଚଟଣି ସହିତ ଖାଇପାରିବେ ।

Leave a Reply