Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହନୁମାନଙ୍କୁ ଦକ୍ଷିଣରେ ରଖନ୍ତୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହନୁମାନଙ୍କୁ ଦକ୍ଷିଣରେ ରଖନ୍ତୁ

ଘରେ ପୂଜା ଏବଂ ଉପାସନା ନିମନ୍ତେ ଦେବୀ-ଦେବତାଙ୍କ ଫଟୋ କିମ୍ବା ମୂର୍ତ୍ତି ରଖାଯାଇଥାଏ । ଏହା ଦ୍ୱାରା ଜୀବନରେ ଦେଖାଦେଉଥିବା ସମସ୍ୟାମାନ ଦୂର ହୁଏ । ତେବେ ଉଚିତ୍ ଦିଗରେ ଦେବାଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା ଶୁଭ ଫଳ ମିଳିଥାଏ । ଅମର ହୋଇଥିବାରୁ କଳିଯୁଗରେ ବୀରହନୁମାନଙ୍କ ଉପାସନା ସମସ୍ତ ଦୁଃଖକଷ୍ଟ ଲାଘବ କରିଥାଏ । ତେବେ ଜାଣନ୍ତୁ ଯେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ହନୁମାନଙ୍କ ମୂର୍ତ୍ତି କିମ୍ବା ଫଟୋ ସର୍ବଦା ଦକ୍ଷିଣ ଦିଗକୁ ମୁହଁ କରି ରଖିବା ଉଚିତ୍ । ଏହା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଭଗବାନ ହନୁମାନ ଦକ୍ଷିଣ ଦିଗରେ ଅଧିକ ପରାକ୍ରମ ଦେଖାଇଛନ୍ତି । ଏହି ଦିଗରେ ଲଙ୍କା ଥିବାରୁ ବୀର ହନୁମାନ ସୀତାଙ୍କୁ ଖୋଜି ଆଣିଥିଲେ ,ଲଙ୍କା ଦହନ ଏବଂ ରାମ-ରାବଣ ଯୁଦ୍ଧ ହୋଇଥିଲା । ସେଥିପାଇଁ ଏହି ଦିଗରେ ହନୁମାନ ବିଶେଷ ବଳଶାଳୀ ହୋଇଥାନ୍ତି । ସେଥିପାଇଁ ହନୁମାନଙ୍କ ମୂର୍ତ୍ତି ଏବଂ ଫଟୋ ସର୍ବଦା ଦକ୍ଷିଣକୁ ମୁଖ କରି ରଖିବା ଦ୍ୱାରା ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ

Leave a Reply