Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣା ଗୋଟିଏ ବଳଦ ସହିତ ଜଣେ ମୃତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣା ଗୋଟିଏ ବଳଦ ସହିତ ଜଣେ ମୃତ

ବାରିପଦାଆ: ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାରେ ଗୋଟିଏ ବଳଦ ସହିତ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଠାକୁରମୁଣ୍ଡା ଠାରୁ ୩ କିମି ଦୂର ୫୩ ନମ୍ବର ରାଜ୍ୟ ରାଜପଥର ଠାକୁରମୁଣ୍ଡା-କରିଆ ରାସ୍ତା, ଜୁଆଳିକଟା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବେଆଇନ ଭାବରେ ଗୋରୁ ବୋଝେଇ କରି ନେଉଥିବା ଏକ ପିକଅପ ଭ୍ୟାନ ଓଲଟି ପଡିବାରୁ ଭ୍ୟାନର ଉପର ଡଲାରେ ବସିଥିବା ହାବୁଲି ନାଏକ(୩୫) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଭ୍ୟାନର ଡ୍ରାଇଭର ଫେରାର ହୋଇ ଯାଇଥିବାବେଳେ କେତେକ ଗୋରୁ ଆହତ ହୋଇଥିବାର ଜଣାଯାଇଛି । ସୂଚନା ଅନୁଯାୟୀ ଠାକୁରମୁଣ୍ଡା ପଟୁ ଓଡ଼ି ୧୧ ଏଏ ୩୯୮୮ ନମ୍ବର ପିକଅପ ଗାଡି ଯୋଗେ ପ୍ରାୟ ୧୨/୧୩ ଟି ଗୋରୁ ବୋଝେଇ ହୋଇ କରଞ୍ଜିଆ ଆଡକୁ ଯାଉଥିବା ସମୟରେ ସକାଳ ପ୍ରାୟ ୮ଘଟିକା ସମୟରେ ଜୁଆଳିକଟା ଛକ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଂଚି ହାବୁଲିକୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ହାବୁଲିର ଘର ଆନନ୍ଦପୁର ଥାନା ବାଲିପୋଷି ଗ୍ରାମରେ ବୋଲି ଜଣାପଡିଛି । ଦୁର୍ଘଟଣାରେ ଆହତ ଗୋରୁଙ୍କ ଚିକିତ୍ସା ପାଇଁ ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସାଳୟର ଆମ୍ବୁଲାନ୍ସ ଯାଇ ଚିକିତ୍ସା କରିବା ସହିତ ଦୁଇଟି ବାଛୁରୀ କୁ କରିଆ ଗୋ ଶାଳାକୁ ପଠାଇ ଥିବାର ଜଣାପଡିଛି । ଠାକୁରମୁଣ୍ଡା ଥାନା ପୋଲିସ କେସ୍ ନଂ ୧୦୨/୨୩ ମୂଳେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି । ଗତ ୧୫ଦିନ ମଧ୍ୟରେ ଏହା ଚତୁର୍ଥ ଘଟଣା । ତେବେ ଗୋ ମାଫିଆମାନେ ବର୍ତ୍ତମାନ ୪୯ ନମ୍ବର ଜାତୀୟ ରାଜପଥ ଏବଂ କରିଆ ଠାକୁରମୁଣ୍ଡା ରାସ୍ତାରେ ପ୍ରତେକ ଦିନ ଚୋରା ଗୋଚାଲାଣ ହେଉଥିଲେ ବି ପୋଲିସ ହାତ ଖାଲି ରହିଥିବାର କୁହାଯାଉଛି ।

Leave a Reply