Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଲେଷ୍ଟାଇନ୍‌କୁ ଦ୍ୱିତୀୟ ବ୍ୟାଚ୍ ସହାୟତା ପଠାଇଲା ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଲେଷ୍ଟାଇନ୍‌କୁ ଦ୍ୱିତୀୟ ବ୍ୟାଚ୍ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ଆଜି ଭାରତ ପାଲେଷ୍ଟାଇନ୍‌କୁ ଦ୍ୱିତୀୟ ବ୍ୟାଚ୍ ସହାୟତା ପଠାଇଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ‘ଏକ୍ସ୍‌’ ପୋଷ୍ଟ୍‌ରୁ ଜଣାପଡ଼ିଛି । ‘ଏକ୍ସ୍‌’ କରି ସେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ । ୩୨ ଟନ୍ ଓଜନର ସହାୟତା ବହନ କରି ଭାରତୀୟ ବାୟୁସେନାର ଦ୍ୱିତୀୟ ବିମାନ ‘ସି୧୭’ ଇଜିପ୍ଟର ଏଲ୍‌-ଏରିଶ୍ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି । ସ୍ମରଣଯୋଗ୍ୟ, ଅକ୍ଟୋବର ୨୨ ତାରିଖ ଦିନ ଭାରତ ପାଲେଷ୍ଟାଇନ୍‌କୁ ମେଡିକାଲ୍ ଓ ବିପର୍ଯ୍ୟୟକାଳୀନ ରିଲିଫ୍ ସାମଗ୍ରୀର ପ୍ରଥମ ବ୍ୟାଚ୍ ପଠାଇଥିଲା । ଗାଜା ସହିତ ଥିବା ଇଜିପ୍ଟର ସୀମାନ୍ତ ରାଫା କ୍ରସିଙ୍ଗ୍‌ଠାରୁ ଏଲ୍‌-ଏରିଶ୍ ବିମାନ ବନ୍ଦର ପ୍ରାୟ ୪୫ କିଲୋମିଟର୍ ଦୂରରେ ଅବସ୍ଥିତ । ଗାଜାକୁ ମାନବୀୟ ସହାୟତା ପ୍ରେରଣ କରିବା ଲାଗି ସମ୍ପ୍ରତି ରାଫା ହେଉଛି ଏକମାତ୍ର ପ୍ରବେଶ ପଥ । କିନ୍ତୁ, ଇସ୍ରାଏଲ୍ ଓ ହମାସ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ପ୍ରବେଶ ପଥ ବା ‘କ୍ରସିଙ୍ଗ୍‌’ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ । ସଦ୍ୟତମ ସୂଚନା ଅନୁସାରେ, ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ସାମୟିକ ଅସ୍ତ୍ରବିରତି ନିମନ୍ତେ କୌଣସି ସନ୍ଧି ବା ରାଜିନାମା ହୋଇନାହିଁ ବୋଲି ଶନିବାର ରାତିରେ ହ୍ୱାଇଟ୍ ହାଉସ୍‌ର ଜଣେ ମୁଖପାତ୍ର କହିଛନ୍ତି । ଦୁହିଁଙ୍କ ମଧ୍ୟରେ ଅସ୍ତ୍ରବିରତି କରାଇବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଉଦ୍ୟମ ଚଳାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply