Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ଏଜେନ୍ସି ନାସା ମହାକାଶୀୟ ଶବ୍ଦଗୁଚ୍ଛର ଏକ ଚମତ୍କାର ସଂଗୀତମୟ ସଂସ୍କରଣ ଜାରି କରିଛି । ସଂଗୀତ ନିର୍ଦ୍ଦେଶକ ସୋଫି କାଷ୍ଟନରଙ୍କ ସହାୟତାରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ବୋଲି ନାସା ନିଜ ୱେବସାଇଟରେ କହିଛି । ଏହାସହ କାଷ୍ଟନରଙ୍କ ସହାୟତାରେ ତିଆରି ହୋଇଥିବା ମ୍ୟୁଜିକ୍ ନୋଟଗୁଡ଼ିକର ଫଟୋ ମଧ୍ୟ ପୋଷ୍ଟ କରିଛି ନାସା । ନାସା କହିଛି, ଏହାର ଟେଲିସ୍କୋପ ଦ୍ୱାରା କଏଦ ହୋଇଥିବା ତଥ୍ୟ ମୂଳ ସଂଗୀତର ଆଧାର ପାଲଟିଛି ଯାହାକୁ ମଣିଷ ବଜାଇପାରିବ । ଟେଲିସ୍କୋପରୁ ମିଳିଥିବା ତଥ୍ୟକୁ ସୋନିଫିକେସନ ନାମକ ଏକ ପ୍ରକ୍ରିୟା ଦ୍ୱାରା ନୋଟ୍ ଓ ଶବ୍ଦରେ ପରିଣତ କରାଯାଏ । ନାସା ପାଖରେ ବର୍ଷ ବର୍ଷ ଧରି ରେକର୍ଡ ହୋଇଥିବା ଏଭଳି ଶବ୍ଦର ଭଣ୍ଡାର ରହିଛି । ଯାହାକୁ ଏହାର ୱେବସାଇଟରେ ସୋନିଫିକେସନ୍ ପ୍ଲେଲିଷ୍ଟ ଭାବରେ ପୋଷ୍ଟ କରାଯାଇଛି । ପ୍ରୋଜେକ୍ଟରେ ଶ୍ରୋତାମାନେ ତଥ୍ୟ ଚିତ୍ର ଭାବରେ ଦେଖିବା ପରିବର୍ତ୍ତେ ଶ୍ରବଣ ଶକ୍ତି ମାଧ୍ୟମରେ ଅନୁଭବ କରିପାରିବେ । ଏହା ଏକ କାଳ୍ପନିକ କାହାଣୀ ଲେଖିବା ପରି ଯାହା ମୁଖ୍ୟତଃ ବାସ୍ତବ ତଥ୍ୟ ଉପରେ ଆଧାରିତ । ମହାକାଶର ଯେଉଁ ତଥ୍ୟକୁ ଶବ୍ଦରେ ରୂପାନ୍ତରିତ କରାଯାଇଛି ତାହାକୁ ଆମେ ସଂଗୀତରେ ରୂପାୟିତ କରୁଛୁ ବୋଲି କାଷ୍ଟନର କହିଛନ୍ତି ।

Leave a Reply