Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାବଧାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାବଧାନ

ଅଧିକାଂଶ ଲୋକେ ନିଜ ବୃଦ୍ଧି ପାଉଥିବା ଓଜନକୁ ନେଇ ଖୁବ୍ ଚିନ୍ତିତ । ଏଥିପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି । ଓଜନ ହ୍ରାସ ପାଇଁ ଖାଦ୍ୟରେ ନିୟନ୍ତ୍ରଣ, କିଛି ସ୍ୱତନ୍ତ୍ର ଡାଏଟିଙ୍ଗ୍ ଆପଣାଇ ଥାଆନ୍ତି । ମାତ୍ର ଅନେକ ସମୟରେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଶରୀରକୁ ଦୁର୍ବଳ ଅନୁଭବ ହେବା ସହ ମସ୍ତିଷ୍କ ଉପରେ ମଧ୍ୟରେ କୁପ୍ରଭାବ ପଡିଥାଏ । ଓଜନ ହ୍ରାସ ପାଇଁ କୌଣସି ଗୋଟିଏ ସମୟର ଭୋଜନ ଆଦୌ ଗ୍ରହଣ କରନ୍ତି ନାହିଁ । କେତେକ ସମୟରେ ଦେଖାଯାଏ, ଓଜନ ହ୍ରାସ ପାଇଁ ଅନେକ ରାତ୍ରି ସମୟରେ ଭୋଜନ ସେବନ କରନ୍ତି ନାହିଁ । ମାତ୍ର ଏଭଳି ନକରିବା ସହ ହାଲୁକା ଭୋଜନ ଗ୍ରହଣ କରନ୍ତୁ । ରାତିରେ ଯେଉଁମାନେ ଭୋଜନ ଗ୍ରହଣ କରନ୍ତି ନାହିଁ, ପେଟ ଯନ୍ତ୍ରଣା ସହ ପେଟ ଜନିତ ସମସ୍ୟା ହୋଇଥାଏ । ତେବେ ରାତ୍ରିରେ ହାଲୁକା ଭୋଜନ ନିଶ୍ଚୟ ଗ୍ରହଣ କରନ୍ତୁ । ଫଳରେ ଏହା ସହଜରେ ହଜମ ହେବା ସହ ପେଟ ଜନିତ କୌଣସି ସମସ୍ୟା ହୋଇନଥାଏ । ରାତ୍ରି ଖାଦ୍ୟ ନଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଦୁର୍ବଳ ହୋଇଥାଏ । ପେଟ ଓ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ହେବା ସହ ରୋଗ ଲାଗି ରହିଥାଏ । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ମୁଣ୍ଡ ବୁଲାଇବା ସହ କାମ କରିବାର ଆଗ୍ରହ ମଧ୍ୟ କମି ଯାଇଥାଏ । ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ରାତିରେ ଖାଦ୍ୟ ନଖାଇବା ଦ୍ୱାରା ଅନିନ୍ଦ୍ରା ସମସ୍ୟା ହୋଇଥାଏ । କାରଣ ରାତି ବଢିବା ସହ ଭୋକର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ପରେ ଏହା ପେଟ ଯନ୍ତ୍ରଣା ବୃଦ୍ଧି କରିଥାଏ । ଭୋକ ଲାଗିବା ଫଳରେ ନିଦ ମଧ୍ୟ ହୋଇନଥାଏ । ରାତି ଖାଇବା ସହ ପ୍ରୋଟିନ କିମ୍ବା କ୍ଷୀର ପିଇବା ମଧ୍ୟ ଆବଶ୍ୟକ । ଏହା ଶରୀରକୁ ସର୍ବଦା ସୁସ୍ଥ ରଖିଥାଏ । ରାତିରେ ଖାଦ୍ୟ ନଖାଇଲେ ସକାଳେ ଖୁବ ହାଲିଆ ଅନୁଭବ ହୋଇଥାଏ । କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ । ଶରୀରରେ ଶର୍କରାର ମାତ୍ରା ପ୍ରଭାବିତ ହେବା ସହ , କୋଲେଷ୍ଟେରୋଲ, ଥାଇରଏଡ଼ର ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ । ଭୋକ କାରଣରୁ ରାତିରେ ଭଲ ଭାବେ ନିଦ ନହେବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାସହ ବିଶେଷଜ୍ଞଙ୍କ ମତରେ ରାତିରେ ଖାଲିପେଟରେ ନ ଶୋଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ ।

Leave a Reply