Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପରିବା କାଟିବା ସମୟରେ.. - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପରିବା କାଟିବା ସମୟରେ..

ଘର ତିଆରି କରିବା ସମୟରେ ଅଧିକାଂଶ ଲୋକେ ବାସ୍ତୁ ନିୟମ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି । ମାତ୍ର ଏହାପରେ ମଧ୍ୟ ରୋଷେଇ ଘରେ କରୁଥିବା କିଛି ଛୋଟ ଛୋଟ କାର୍ଯ୍ୟ ପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ । ନଚେତ୍ ବିଭିନ୍ନ ସମସ୍ୟା ସହ ରୋଗ ମଧ୍ୟ ଲାଗି ରହିଥାଏ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ସହ ଆର୍ôଥକ କ୍ଷେତ୍ରରେ ସମସ୍ୟା ଦେଖାଯାଏ । ତେବେ ଦକ୍ଷିଣ ଦିଗକୁ ମୁହଁ କରି ପନିପରିବା କାଟିବା ସହ ଖାଦ୍ୟ ପ୍ରସ୍ତୁତି କରୁଥିଲେ ତୁରନ୍ତ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ । ଏହାସହ ପୂର୍ବ ଦିଗକୁୂ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍ । ଜାଣନ୍ତୁ.. ବାସ୍ତୁ ନିୟମ ଅନୁଯାୟୀ, ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପୂର୍ବ ଦିଗକୁ ମୁହଁ କରି ଭୋଜନ ପ୍ରସ୍ତୁତ କରିବା ସହ ପନିପରିବା କାଟିଲେ ବେଶ ଲାଭଦାୟକ ହୋଇଥାଏ । ମାନ୍ୟତା ଅନୁଯାୟୀ, ଏପରି କରିବା ପରିବା କାଟିବା ସମୟରେ.. ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ଶରୀର ସୁସ୍ଥ ରହିଥାଏ । ଏହାସହ ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ପରିବାରରେ କଳହ ହୋଇଥାଏ । ସେହିପରି ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଶାରୀରିକ ସମସ୍ୟା ଲାଗି ରହିଥାଏ । ବାସ୍ତୁ ଅନୁଯାୟୀ ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ସେବନ କରିବା ଉଚିତ୍ । ଏହାଦ୍ୱାରା ମନ ଓ ଶରୀର ଉଭୟ ସତେଜ ରହିଥାଏ । ସେହିପରି ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ । ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଶୁଭଙ୍କର ବୋଲି କୁହାଯାଏ । ସେହିପରି ଭୂମିରେ ଚଟାଣ ପକାଇ ଭୋଜନ କରିବା ଶୁଭଙ୍କର କୁହାଯାଏ । ଏହାଦ୍ୱାରା ଅନ୍ନର ସଠିକ୍ ସମ୍ମାନ ହୋଇଥାଏ । ଶାରୀରିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଭୂମି ଉପରେ ବସି ଭୋଜନ ଭୋଜନ କରିବା ଦ୍ୱାରା ମନ ଓ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ ।

Leave a Reply