Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ

ଛତ୍ରପୁର: ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥି ସହିତ ନଗରରେ ଘୋଷବାଦ୍ୟ ସହ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥି ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଶୁ ଦିବସ ଅବସରରେ ବିଦ୍ୟାଳୟର ଏନ୍‌ସିସି, ସ୍କାଉଟ ଓ ଗାଇଡସ ଛାତ୍ରଛାତ୍ରୀଙ୍କ ଦ୍ୱାରା ଘୋଷଯାତ୍ରାରେ ସହର ପରିକ୍ରମା କରିଥିଲେ । ଆଚାର୍ଯ୍ୟ ମନୋରଞ୍ଜନ ଦାଶ, ଅମିତ୍ ତ୍ରିପାଠୀ, ସ୍କାଉଟ ମାଷ୍ଟର ଶିବ ପ୍ରସାଦ ପଟ୍ଟନାୟକ, ଏନ୍‌ସିସି ମାଷ୍ଟର ଡି ଗଣେଶ ରେଡି ଓ ଗାଇଡସ୍ ଆଚାର୍ଯ୍ୟା ମମତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply