Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ହିନ୍ଦୁ ସମାଜ ଓ ଶ୍ରୀରାମ ନବମୀ ପାଳନ ସମିତିର ପ୍ରସ୍ତୁତି ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ହିନ୍ଦୁ ସମାଜ ଓ ଶ୍ରୀରାମ ନବମୀ ପାଳନ ସମିତିର ପ୍ରସ୍ତୁତି ବୈଠକ

ଜୟପୁର : ଆସନ୍ତା ଜାନୁଆରି ୨୨ ତାରିଖରେ ବହୁ ପ୍ରତିକ୍ଷୀତ ଭବ୍ୟରାମମନ୍ଦିର ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି । ସେଦିନର କାର୍ଯ୍ୟକ୍ରମକୁ ସ୍ମରଣୀୟ ଓ ଆଧ୍ୟାତ୍ମିକତାମୟ କରିବା ପାଇଁ ଶ୍ରୀରାମ ନବମୀ ପାଳନ ସମିତି ଓ ହିନ୍ଦୁ ସମାଜ ପକ୍ଷରୁ ଚୈତନ୍ୟ ମନ୍ଦିର ପରିସରରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।୨୨ତାରିଖ ଦିନ ପାରାବେଡ଼ା ଝାଙ୍କର ଦେଇ ମନ୍ଦିରରୁ ଶୋଭାଯାତ୍ରା ବାହାରି ରଜାନଗର ରଘୁନାଥ ମନ୍ଦିର ପର୍ଯ୍ୟନ୍ତ କରାଯିବ । ଶୋଭାଯାତ୍ରାରେ ଅଧ୍ୟାତ୍ମିକତାମୟ କରିବା ପାଇଁ ନାମସଂକୀର୍ତ୍ତନ କରାଯିବ । ଆବାହକ ନିରଂଜନ ପାଣିଗ୍ରାହୀ ବୈଠକକୁ ସଂଯୋଜନା କରିଥିବା ବେଳେ ରଜନୀକାନ୍ତ ନାୟକ, ସତୀଶ ନନ୍ଦ, ଲଲିତ ଅଗ୍ରୱାଲ, ସନ୍ଦୀପ ଦଳାଇ, ସଂଯୋଜକ ବରୁଣ ଜୈନ ଓ ନିଖିଲ ସାହୁ ସହଯୋଗ କରିଥିଲେ । ଏହି ବୈଠକରେ ସହରର ବିଭିନ୍ନ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ବରିଷ୍ଠ ନାଗରିକ, ବିଭିନ୍ନ ସଂଘର ସଭ୍ୟ, ସିୱା, ଗାୟତ୍ରୀ ପରିବାର, ବିଶ୍ୱହିନ୍ଦୁ ପରିଷଦ, ଇସ୍କନ, ଆରଏସଏସ୍ ଆଦିର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ ।

Leave a Reply