Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
 ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଏବଂ ଖୋର୍ଦ୍ଧା ବରୁଣେଇ ଶାଖା ଉଦ୍‌ଘାଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

 ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଏବଂ ଖୋର୍ଦ୍ଧା ବରୁଣେଇ ଶାଖା ଉଦ୍‌ଘାଟନ

ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଏବଂ ଖୋର୍ଦ୍ଧା ବରୁଣେଇ ଶାଖା ଉଦ୍‌ଘାଟନ

ପୁରୀ- ସମୃଦ୍ଧ, ପ୍ରଗତିଶୀଳ ଭାରତ ବର୍ଷ ଗଠନ ପାଇଁ ସେବା, ସମନ୍ୱୟ ଓ ସମର୍ପଣ ଦରକାର । ବିକଶିତ ଭାରତ ପରିକଳ୍ପନା ଦିଗରେ ସମସ୍ତଙ୍କ ସହଭାଗିତା ଜରୁରୀ । ବିବିଧତା ଭରା ଭାରତବର୍ଷର ଏକତା, ସଂହତି ହେଉଛି ଏହାର ପରିଚୟ । ଭାରତ ଆଗାମୀ ୨୦୪୭ ସ୍ୱାଧିନତାର ଶତାବ୍ଦି ବର୍ଷରେ ପଦାର୍ପଣ କରିବେ । ନିଜ ମାଟି, ଗାଁ, ସହର, ପ୍ରଦେଶକୁ ବିକଶିତ କରିବାକୁ ହେବ । ବିଶ୍ୱବନ୍ଦନୀୟ ତଥା ବିକଶିତ ରାଷ୍ଟ୍ର ନିର୍ମାଣରେ ସମସ୍ତଙ୍କ ଆବଶ୍ୟକତା ରହିଛି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା କହିଛନ୍ତି । ପୁରୀ ବଡଶଙ୍ଖ ସ୍ଥିତ ତ୍ରିମୃତି ହାଇଟସ୍ ହୋଟୋଲ ସମ୍ମିଳନୀ କକ୍ଷରେ ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଏବଂ ଖୋର୍ଦ୍ଧା ବରୁଣେଇ ଶାଖା ଉଦଘାଟନ ହୋଇଯାଇଛି । ପୂର୍ବ ପ୍ରାନ୍ତ ରାଜ୍ୟ ସଭାପତି ଶିକ୍ଷାବିତ ସତ୍ୟବାଦୀ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କୁଳପତି ହୋତା କହିଲେ ଯେ, ସେବା ପାଇଁ ସଂକଳ୍ପ ନେବାର ସମୟ ଆସିଛି । ନିଜ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ରର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପରିଷଦର ପୂର୍ବକ୍ଷେତ୍ର ମହାସଚିବ ପୂର୍ଣଚନ୍ଦ୍ର ଝୁଟିଆ ଯୋଗଦେଇ କହିଲେ, ଲୋକଙ୍କ ନିକଟରେ ସେବାମୂଳକ କାର୍ଯ୍ୟ ପହଂଚାଇବା ଲକ୍ଷ୍ୟ ନେଇ ଅଧିକରୁ ଅଧିକ ଶାଖା ଖୋଲାଯିବାର ଉଦ୍ଦେଶ୍ୟ ରହିଛି । ସଂଗଠନ ସଚିବ ସୌମେନ୍ଦ୍ର ଦାସ କହିଲେ, ଭାରତ ବିକାଶ ପରିଷଦ ସମାଜରେ ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣ ଭାବରେ କାର୍ଯ୍ୟ କରୁଛି । ୧୬ଟି ଜିଲାକୁ ନେଇ ଓଡ଼ିଶା ପୂର୍ବପ୍ରାନ୍ତ ଗଠିତ ହୋଇଛି । ଏହା ସମର୍ପିତ ଭାବରେ ରାଷ୍ଟ୍ରର ଜନକଲ୍ୟାଣ ଦିଗରେ ଅନବରତ କାର୍ଯ୍ୟ ଜାରି ରଖିଛି । ଏହି ଅବସରରେ ନୂତନ ଶାଖା କର୍ମକର୍ତାଙ୍କୁ ପ୍ରାନ୍ତୀୟ ଅଧ୍ୟକ୍ଷ ଶପଥପାଠ କରାଇଥିଲେ । ଶ୍ରୀକ୍ଷେତ୍ର ଶାଖାର ଅଧ୍ୟକ୍ଷ ଭାବେ ଡ. କମଳେଶ ପ୍ରଧାନ, ବିଶ୍ୱଶାନ୍ତି ତ୍ରିପାଠୀ ସମ୍ପାଦକ ଏବଂ ସୌରଭ ଦାସ ଅର୍ଥ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ବରୁଣେଇ ଶାଖାର ସଭାପତି ପ୍ରାଧାପକ ଅଜୟ ମିଶ୍ର, ସଚିବ ଭାବେ ଅଧାପିକା ପ୍ରବୀଣା ପଟ୍ଟନାୟକ ଏବଂ ଅର୍ଥ ସଚିବ ଭାବେ ରୋଜାଲିନ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି । ମହିଳା ଓ ବାଲ ସଂସ୍କାର ବିଭାଗ କ୍ଷେତ୍ରୀୟ ସଚିବ ସୁପ୍ରିତି ରଥ, ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠ ସାମାଜିକ କର୍ମୀ ଜୟନ୍ତୀ ମହାପାତ୍ର, ନିମାଇ ଚରଣ ସାହୁ, ସନ୍ତୋଷ ମହାନ୍ତି, ପତିତପାବନ ସାମନ୍ତରାୟ, ତପସ୍ୱିନୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ରାମଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply