Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସକାଳୁ’ ଶୀଘ୍ର ଉଠୁଥିଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସକାଳୁ’ ଶୀଘ୍ର ଉଠୁଥିଲେ

ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଲୋକମାନେ ଆନୁବଂଶିକ ରୂପରେ ସକାଳୁ ଶୀଘ୍ର ଉଠିଥାନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ବେଶ୍ ଭଲ ରହିଥାଏ । ସେମାନଙ୍କଠାରେ ସ୍କିଜୋଫର୍ଣ୍ଣିଆ ଏବଂ ଅବସାଦ ଭଳି ମନୋବିକାର ଆଶଙ୍କା ଖୁବ୍ କମ୍ ଥାଏ । ନେଚର୍ କମ୍ୟୁନିକେଶନ୍ ନାମକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଗବେଷଣାରେ ‘ବଡି କ୍ଲକ୍‌’କୁ ନେଇ କିଛି ଜରୁରୀ ତଥ୍ୟରେ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡୁଛି, ତାହା ଦର୍ଶାଯାଇଥିଲା । ବ୍ରିଟେନ୍‌ର ଏକ୍ସଟର୍ ବିଶ୍ୱବିଦ୍ୟାଳୟ ଏବଂ ଆମେରିକାର ମାସାଚୁସେଟ୍ସ ଜର୍ଣ୍ଣାଲ୍ ହସ୍ପିଟାଲ୍‌ର ନେତୃତ୍ୱରେ ହୋଇଥିବା ଗବେଷଣାରେ ‘ବଡି କ୍ଲକ୍‌’ ପାଇଁ ଶରୀରର ସହାୟତା ଦିଗରେ ଆଖିର ରେଟିନା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରେଖାଙ୍କିତ କରାଯାଇଥିଲା । ସକାଳୁ ଶୀଘ୍ର ଉଠିବା ଦ୍ୱାରା ଶୁଦ୍ଧ ତଥା ପରିଷ୍କାର ଅମ୍ଳଜାନ ଫୁସ୍‌ଫୁସ୍‌କୁ ଯାଇଥାଏ । ଏହାଦ୍ୱାରା ଶ୍ୱାସକ୍ରିୟାଜନିତ ସମସ୍ୟାରୁ ଆରାମ ମିଳେ । କୌଣସି ମାନସିକ ରୋଗ ଥିଲେ ତାହା ମଧ୍ୟ ଦୂର ହୋଇଥାଏ । ତେବେ ବୈଜ୍ଞାନିକଙ୍କ ଅନୁସାରେ, ଜୋର୍ ଜବରଦସ୍ତି ନିଦ ଭାଙ୍ଗିବା ଦ୍ୱାରା କିମ୍ବା ବଡି କ୍ଲକ୍ ବିରୋଧରେ ଯାଇ ସକାଳୁ ଉଠିଲେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିବା ସହ ଓଜନ ବୃଦ୍ଧିର ଭୟ ରହିଛି ।

Leave a Reply