Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜନଜାଗରଣ ପ୍ରସ୍ତୁତି ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଜନଜାଗରଣ ପ୍ରସ୍ତୁତି ବୈଠକ

ବଲାଙ୍ଗୀର : ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନଜାଗରଣ ପାଇଁ ପ୍ରସ୍ତୁତି ବୈଠକ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସହ ସଂଯୋଜକ ବାବୁଲାଲ ମିଶ୍ର ଙ୍କ ସଂଯୋଜନାରେ ବଲାଙ୍ଗିର ରାମ ଚରିତ ମାନସ ମନ୍ଦିର ରେ ସନ୍ଧ୍ୟା ୭ ଘଟିକାରେ ଜିଲ୍ଲାରେ ଜନଜାଗରଣ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଲାଙ୍ଗିର ଶାଖା ପକ୍ଷରୁ ଅନୁଷ୍ଟିତ ହୋଇଥିଲା । ସହର ମଧ୍ୟରେ ଥିବା ପ୍ରତି ୱାର୍ଡ ରେ ଆଜି କମିଟି ଗୁଡିକର ଗଠନ କରାଯାଇ ସହରରେ ଥିବା ୨୫,୦୦୦ ପରିବାର କୁ ବ୍ୟକ୍ତି ଗତ ଭାବରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ନିମନ୍ତ୍ରଣ କରାଯିବ । ଜିଲ୍ଲା ତଥା ସହର ର ମନ୍ଦିର ମାନଙ୍କରେ ଜାନୁୟାରୀ ୨୨ ତାରିଖ ଦିନ ୧୧ ଘଣ୍ଟା ରୁ ଦିନ ୨ ଘଣ୍ଟା ମଧ୍ୟରେ ମନ୍ଦିର ଗୁଡ଼ିକରେ ଘଣ୍ଟ ସଙ୍ଖ ବାଦନ ସହିତ ଆଳତି ଏକ ଶୁଦ୍ଧ ବାତାବରଣ କରାଯିବ । ଏହି ଦିନ ପ୍ରତି ପରିବାର ରେ ସନ୍ଧ୍ୟାରେ ଆଲୋକିତ କରାଯିବାକୁ ହିନ୍ଦୁସ୍ତାନରେ ରହୁଥିବା ପ୍ରତି ପରିବାରକୁ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ପକ୍ଷରେ ଗତ ୫ ତାରିଖ ରେ ଅଯୋଧ୍ୟାରେ ଅକ୍ଷତ ପୂଜନ ହୋଇ ଏଠାରେ ପ୍ରାନ୍ତସ୍ତରରେ ପହଁଚି ଯାଇଚି । ସାରା ଜିଲ୍ଲା କୁ ରାମମୟ କରି ଏକ ଆଧ୍ୟତ୍ମିକ ବାତାବରଣ ସ୍ରୁଷ୍ଟି କରାଯିବ । ଏହି ଉପଲକ୍ଷେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଦେଶର ୫ ଲକ୍ଷ ଗ୍ରାମ ତଥା ୫୦ କୋଟିରୁ ଊର୍ଦ୍ଧ ଲୋକଙ୍କ ନିକଟକୁ ଏହି ଅକ୍ଷତ ପହଞ୍ଚାଇବାର ଯୋଜନା ରହିଛି । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମୟରେ ଏହି ଅକ୍ଷତ ପ୍ରତ୍ୟେକ ଗ୍ରାମର ଯେକୌଣସି ମନ୍ଦିର କିମ୍ବା ଧାର୍ମିକ ସ୍ଥଳରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ଦ୍ୱାରା ପୂଜନ କରାଯାଇ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକ୍ରମ କରାଯିବ । ଆଜିର ବୈଠକରେ ସତାଧିକ ମହିଳା ପୁରୁଷ କାର୍ଯ୍ୟକର୍ତ୍ତା ପ୍ରତି ୱାର୍ଡ ରୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply