Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଲିଗଡ ପରିବର୍ତ୍ତେ ହରିଗଡ ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଲିଗଡ ପରିବର୍ତ୍ତେ ହରିଗଡ ହେବ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ପୁଣି ସହରର ନାଁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୂର୍ବରୁ ସରକାର ଆହ୍ଲାବାଦ ଓ ଫୈଜାବାଦର ନାଁକୁ ପରିବର୍ତ୍ତନ କରିଥିଲେ । ଏବେ ଏହି ତାଲିକାରେ ରାଜ୍ୟର ଆଉ ଏକ ପ୍ରମୁଖ ସହର ଅଲୀଗଡ଼ ସାମିଲ ହେବାକୁ ଯାଉଛି । ଅଲୀଗଡ଼ ପୌରନିଗମ ସର୍ବସମ୍ମତିକ୍ରମେ ନାଁ ବଦଳାଇବା ପ୍ରସ୍ତାବ ଉପରେ ମୋହର ମାରିଛି । ଏଣିକି ଅଲୀଗଡ଼ର ନାଁ ହରିଗଡ଼ ଭାବେ ପରିଚୟ ହାସଲ କରିବ । ୨୦୧୯ ଜାନୁୟାରିରେ ଆଲାହାବାଦରେ କୁମ୍ଭ ମେଳା ଆରମ୍ଭ ହେବାର କିଛି ମାସ ପୂର୍ବରୁ ଆଲାହାବାଦର ନାମକରଣ କରି ‘ପ୍ରୟାଗରାଜ’ ରଖାଯାଇଥିଲା । ଆଲିଗଡ଼ର ମେୟର ପ୍ରଶାନ୍ତ ସିଙ୍ଘଲ ମଙ୍ଗଳବାର କହିଛନ୍ତି, ‘ଏକ ବୈଠକରେ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏନେଇ ସମସ୍ତ କାଉନସିଲର ସହମତି ଜଣାଇଥିଲେ । ଏଣିକି ଏହି ପ୍ରସ୍ତାବକୁ ପ୍ରଶାସନଙ୍କ ନିକଟରୁ ପଠାଯିବ । ଆମାର ଆଶା କି ପ୍ରଶାସନ ଏହି ପ୍ରସ୍ତାବକୁ ବୁଝିବେ ଓ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାର ଦାବିକୁ ପୂରଣ କରିବେ । ଏହି ଦାବି ଅନେକ ଦିନରୁ ହୋଇଆସୁଛି । ତାଲାନଗରୀର ନାମ ବଦଳାଇବାର ପ୍ରସ୍ତାବ ବିଜେପି କାଉନସିଲର ସଞ୍ଜୟ ପଣ୍ଡିତଙ୍କ ପରାମର୍ଶରେ ପାରିତ କରାଯାଇଛି ।’ ଆଲିଗଡ ଉତ୍ତରପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କେନ୍ଦ୍ର ଏବଂ ଏହା ତାଲା ଇଣ୍ଡଷ୍ଟ୍ରି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଆଲିଗଡ ତାଲା ସମଗ୍ର ବିଶ୍ୱରେ ରପ୍ତାନି ହୁଏ । ଏହା ବ୍ୟତୀତ ଆଲିଗଡ ନିଜର ପିତ୍ତଳର ହାର୍ଡୱୟାର ଏବଂ ମୂର୍ତ୍ତି ପାଇଁ ବି ପ୍ରସିଦ୍ଧ ରହିଛି । ଆଲିଗଡ ମଧ୍ୟ ଦେଶର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ଅଟେ ।

Leave a Reply